ୟୁକ୍ରେନ୍ ଆକ୍ରମଣରେ ରୁଷିଆ ମେଜର ଜେନେରାଲଙ୍କ ମୃତ୍ୟୁ

କ୍ୱିଭ୍‌,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୨ ଦିନ ପୂରଣ ହୋଇଛି । ଏବେବି ରୁଷିଆ ୟୁକ୍ରେନର ଅନେକ ସହରରେ ଆକ୍ରମଣ ଜାରି ରଖିଛି । ଖାର୍କିବର ଅଧିକାଂଶ ଅଞ୍ଚଳରେ ଆକ୍ରମଣ କରାଯାଉଛି । ଇତିମଧ୍ୟରେ ଦୁଇ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ କଥାବାର୍ତ୍ତା ବି ସରିଛି । ହେଲେ ଏଥିରୁ ସେମିତି କିଚି ସମାଡ଼ାନ ବାହାରି ପାରି ନ ଥିବା କୁହାଯାଉଛି । ଦୁଇ ଦେଶର ପ୍ରତିନିଧି ମଣ୍ଡଳ କହିଛନ୍ତି ତୃତୀୟ ପର୍ଯ୍ୟାୟ କଥାବାର୍ତ୍ତାରେ ସେମିତି କିଛି ଆଖିଦୃଶିଆ ସମାଧାନ ବାହାରିପାରି ନାହିଁ । ତେବେ ମାନବୀୟ ସହାୟତା ନାଁରେ ରାଜନୀତି କରାଯାଉଥିବା ରୁଷିଆ ଅଭିଯୋଗ କରିଛି ।
ଅନ୍ୟପଟେ ରୁଷିୟା-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ରୁଷିଆର ମେଜର ଜେନେରାଲ ଭିଟାଲି ଗୋରାସିମୋଭଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୟୁକ୍ରେନ ଆକ୍ରମଣରେ ମେଜର ଜେନେରାଲଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ୍ ଦାବି କରିଛି ।

Share