ତୁର୍କିରେ ରୁଷିଆ ପ୍ରତିନିଧିଙ୍କୁ ପିଟିଲେ ୟୁକ୍ରେନ ସାଂସଦ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ଅଙ୍କାରା,୫।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ହେଲା ଜାରି ରହିଛି। ଏବେ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ଏତେ ବଢିଯାଇଛି କି ପରସ୍ପରର ନାଗରିକ ନିଜ ଭିତରେ ଆକ୍ରମଣ କରିବା ଆରମ୍ଭ କଲେଣି। ତୁର୍କିରୁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି କି ୟୁକ୍ରେନର ଜଣେ ସାଂସଦ ରୁଷିଆର ପ୍ରତିନିଧିଙ୍କୁ ମାରପିଟ କରୁଛନ୍ତି। ଏହି ଭଡିଓ ୟୁକ୍ରେନର ଜଣେ ଖବରଦାତା ଜେସନ ଜେ ସ୍ମାର୍ଟ ତାଙ୍କ ଅଫିସିୟାଲ ଟୁଇଟ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆରେ ମିଲିୟନ ଭ୍ୟୁଜ ମିଳିଛି।

ସୂଚନାଯୋଗ୍ୟ, ତୁର୍କିର ରାଜଧାନୀ ଅଙ୍କାରରେ ପାର୍ଲାମେଣ୍ଟାରୀ ଆସେମ୍ଲି ଅଫ ବ୍ଲାକ ସି ଇକନମିକ କର୍ପୋରେଶନର ୧୬ ତମ ସାଧାରଣ ସଭା ଆୟୋଜିତ ହୋଇଛି। ଏହି ବୈଠକରେ ବ୍ଲାକ ସି ଅଞ୍ଚଳରେ ଥିବା ବିଭିନ୍ନ ଦେଶ ଏକାଠି ହୋଇଛନ୍ତି ଓ ଦ୍ୱିପାକ୍ଷିକ, ବହୁପାକ୍ଷିକ ସମ୍ପର୍କ ଏବଂ ଆର୍ଥିକ, ଟେକନିକ ଓ ସାମାଜିକ ସହଯୋଗ ବଢାଇବା ଉପରେ ଚର୍ଚ୍ଚା ହେଉଛି। ଏହି ବୈଠକରେ ସାମିଲ ହେବାକୁ ରୁଷିଆ ଓ ୟୁକ୍ରେନର ପ୍ରତିନିଧି ବି ଆସିଥିଲେ।

Share