ୟୁକ୍ରେନ୍ ସାଂସଦଙ୍କ ବଡ ଅଭିଯୋଗ ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର ପରେ ଦିଆଯାଉଛି ଫାଶୀ!

କ୍ୱିଭ୍‌,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୨୪ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ରୁଷିଆ ୟୁକ୍ରେନର ପ୍ରାୟ ସବୁ ବଡ ବଡ ସହରକୁ ଧ୍ୱଂସ କରି ସାରିଛି କହିଲେ ଚଳେ । ରୁଷିଆ ସେନାଙ୍କ ଗୋଟିଏ ପରେ ଗୋଟିଏ ବର୍ବରତାକୁ ନେଇ ୟୁକ୍ରେନ ଅଭିଯୋଗ କରୁଥିବା ବେଳେ ଏବେ ୟୁକ୍ରେନ୍ ସାଂସଦ ଏକ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ରୁଷିଆ ସେନାମାନେ ୟୁକ୍ରେନରେ ୬୦ରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କୁ ବଳାତ୍କାର କରିବା ପରେ ଫାଶୀ ଦେଉଛନ୍ତି ।
ୟୁକ୍ରେନର ବିରୋଧି ହୋଲୋସ ପାର୍ଟିର ସାଂସଦ ଲେସିୟା ୱାସିଲେଙ୍କୋ ଦାବି କରିଛନ୍ତି ଯେ ରୁଷିଆ ସେନା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରୁଛନ୍ତି । ଏମିତିକି କେତେଜଣ ମହିଳା ବଳାତ୍କାର ପରେ ନିଜେ ଆତ୍ମହତ୍ୟା କରି ଦେଉଥିବା ବେଳେ କେତେଜଣ ମହିଳାଙ୍କର ବଳାତ୍କାର ସମୟରେ ହିଁ ମୃତ୍ୟୁ ହେଉଛି । ୟୁକ୍ରେନ୍ ସାଂସଦଙ୍କ ଏଭଳି ଅଭିଯୋଗ ଏବେ ସମସ୍ତଙ୍କୁ ଚମକାଇ ଦେଇଛି ।

Share