ରୁଷିଆ ଆକ୍ରମଣରେ କମ୍ପିଲା ୟୁକ୍ରେନ ସହର ଲଭିଭ, ଗୋଦାମରେ ଅଗ୍ନିକାଣ୍ଡ, କେତେକ ଲୋକ ଆହତ

କିଭ୍‌,୧୯।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ। ପୁଣିଥରେ ପଶ୍ଚିମ ୟୁକ୍ରେନ ସହର ଲଭିଭରେ ମଙ୍ଗଳବାର ସକାଳେ ବିସ୍ଫୋରଣରେ କମ୍ପିତ ହୋଇଛି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ରୁଷିଆର ଏୟାର ଷ୍ଟ୍ରାଇକ୍‌ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ଏବଂ ଏକ ଶିଳ୍ପ ଗୋଦାମରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି।

ଲଭିଭରେ ହୋଇଥିବା ଆକ୍ରମଣ ପରେ ଜଣେ ମହିଳା ଏବଂ ଜଣେ ପୁରୁଷ ଭଗ୍ନାବଶେଷ ତଳେ ଫସିରହିଥିବା ଦେଖିବାକୁ ମିଳିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ମିଳିଥିବା ମହିଳା ଆହତ ହୋଇନାହାଁନ୍ତି, କିନ୍ତୁ ପୁରୁଷଙ୍କ ଅବସ୍ଥା ଗୁରୁତର ଥିବା ନେଇ ଜଣାପଡିଛି।

Share