ଖାରକିଭରୁ ପଛକୁ ହଟିଲେ ରୁଷିଆ ସେନା, ଜେଲନସ୍କି କହିଲେ ଭଲ ନିଷ୍ପତ୍ତିି

କ୍ୱିଭ,୧୧ ।୯: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଗୁୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକ ଆସିଛି । ପ୍ରଥମଟି ହେଉଛି ୟୁକ୍ରେନର ଉତ୍ତର-ପୂର୍ବର ପ୍ରମୁଖ ରେଲୱେ ସହର କୁପିୟାଂସ୍କ ଉପରେ ୟୁକ୍ରେନ ସେନା କବଜା କରି ନେଇଛନ୍ତି । ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଦ୍ୱିତୀୟ ସୂଚନାଟି ହେଉଛି, ଖାରକିଭରୁ ଅସ୍ଥାୟୀ ଭାବେ ରୁଷିଆ ସେନାଙ୍କୁ ହଟାଇ ନିଆଯାଇଛି । ଏହାକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ରୁଷିଆ ସେନାଙ୍କ ନିଷ୍ପତ୍ତିି ସ୍ୱାଗତ ଯୋଗ୍ୟ । ଏହା ଏକ ଭଲ ନିଷ୍ପତ୍ତି । ଏବେ ୟୁକ୍ରେନ ସେନା ରୁଷିଆ ସେନାଙ୍କ ଦ୍ୱାରା ମଜଭୁତ ଭାବେ କବଜା କରାଯାଇଥିବା ଇଣ୍ଡିୟନରେ ପହଞ୍ଚିଯାଇଛନ୍ତି । ଦୀର୍ଘ ୬ ମାସର ଯୁଦ୍ଧ ପରେ ୟୁକ୍ରେନ ସେନାର ସାହସକୁ ଦେଖି ରୁଷିଆ ସେନା ଏବେ ପଛକୁ ହଟିବା ଆରମ୍ଭ କରିଥିବା କୁହାଯାଉଛି ।

Share