ମସ୍କୋ ଉପରେ ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ କଲା ୟୁକ୍ରେନ

କିଭ୍‌,୩୦ା୮: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ମାସ ଧରି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ଏହି ଯୁଦ୍ଧ ମଧ୍ୟରେ ରୁଷିଆ ବର୍ତ୍ତମାନ ୟୁକ୍ରେନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ରୁଷିଆ କହିଛି, ୟୁକ୍ରେନ ରୁଷିଆ ଉପରେ ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ କରିଛି।

ରାଜ୍ୟପାଳ ତଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଡ୍ରୋନ୍‌ ରୁଷିଆର ପଶ୍ଚିମ ପସ୍କୋଭ ଅଞ୍ଚଳର ଇଷ୍ଟୋନିଆ ଏବଂ ଲାଟଭିଆର ସୀମା ନିକଟରେ ଥିବା ଏକ ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରୁଷିଆର ରାଜଧାନୀ ଚାରିପାଖରେ ଥିବା ଓରିଓଲ, ବ୍ରାନ୍‌ସ୍କ, ରିଆଜାନ, କାଲୁଗା ଏବଂ ମସ୍କୋ ଅଞ୍ଚଳରେ ଅଧିକ ୟୁକ୍ରେନ ଡ୍ରୋନ୍‌ ଆକ୍ରମଣ କରିଛି। ଅନ୍ୟପକ୍ଷରେ ୟୁକ୍ରେନ ଅଧିକାରୀ କହିଛନ୍ତି, ବୁଧବାର ସକାଳେ କିଭ୍‌ରେ ରୁଷିଆ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

Share