ରୁଷିଆ ବିରୋଧରେ ଜେଲେନ୍‌ସ୍କିଙ୍କ ବଡ଼ ଆକ୍ସନ

କ୍ୱିଭ୍‌,୩।୩: ରୁଷିଆ ଓ ୟକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ରୁଷିଆ ପକ୍ଷରୁ ଲଗାତର ଭାବେ ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ଼ ସହ ଏୟାର ଷ୍ଟାଇକ୍‌ ମଧ୍ୟ କରାଯାଉଛି। ଗୁରୁବାର ଯୁଦ୍ଧକୁ ସମାପ୍ତ କରିବା ଲାଗି ବେଲାରୁଷରେ ୨ଦେଶର ପ୍ରତିନିଧିମଣ୍ଡଳଙ୍କ ଭିତରେ ଆଲୋଚନା ଜାରି ରହିଛି। ଇତିମଧ୍ୟରେ ରୁଷିଆ ଉପରେ ୟୁକ୍ରେନ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ୟୁକ୍ରେନରେ ଏବେ ରୁଷିଆ କିମ୍ବା ରୁଷିଆ ନାଗରିକଙ୍କ ସମ୍ପତ୍ତି ଜବତ କରାଯିବ। ଏନେଇ ୟୁକ୍ରେନର ସଂସଦରେ ଏକ ଆଇନ ଅନୁମୋଦନ ମଧ୍ୟ କରାଯାଇଛି। ରୁଷିଆର ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏନେଇ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ୟୁରୋପୀୟ ସଂସଦକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସମ୍ବୋଧିତ କରିଥିଲେ। ଏହି ସମୟରେ ଜେଲେନ୍‌ସ୍କି କହିଛନ୍ତି, ସାଧାରଣ ନାଗରିକଙ୍କ ଉପରେ ରୁଷିଆର ମିଶାଇଲ୍‌ ଆକ୍ରମଣକୁ କେହି କେବେ କ୍ଷମା କରିପାରିବେ ନାହିଁ କି ଭୁଲି ମଧ୍ୟ ପାରିବେ ନାହିଁ।

Share