ଆହତ ସେନାଙ୍କୁ ହସ୍ପିଟାଲରେ ଭେଟିଲେ ଜେଲେନସ୍କ, ବିଜୟ ହିଁ ଆପଣଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ଉପହାର

କ୍ୱିଭ,୧୪ ।୩:ରୁଷିଆ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସେନା ଓ ଦେଶବାସୀଙ୍କ ମନୋବଳ ବୃଦ୍ଧି କରି ଚାଲିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଏମାନଙ୍କ ମଧ୍ୟରେ ଦେଶଭକ୍ତି ଜାଗ୍ରତ କରି ଚାଲିଛନ୍ତି । ଏହିକ୍ରମରେ ରାଷ୍ଟ୍ରପତି ହସ୍ପିଟାଲ ଯାଇ ଆହତ ସେନାଙ୍କୁ ଭେଟିଛନ୍ତି ଆଉ କହିଛନ୍ତି ୟୁକ୍ରେନର ବିଜୟ ହିଁ ହେବ ଆପଣମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ଉପହାର । ସୂଚନାଯୋଗ୍ୟ, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି ଏପେ ପୁଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେନାଙ୍କ ହୃଦୟରେ ସେ ହିରୋ ହୋଇ ଉଭା ହୋଇଛନ୍ତି । ଘଟଣା ହେଲା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନିକଟରେ ଆହତ ସେନାଙ୍କୁ ଭେଟିବାକୁ ଏକ ସେନା ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ସେ ମୃତ ସେନାଙ୍କୁ ୟୁକ୍ରେନର ନାୟକ ବୋଲି ଘୋଷଣା କରିଛନ୍ତି । ଏହାସହ ଆହତ ସେନାଙ୍କ ମନୋବଳ ବଢାଇଛନ୍ତି । ସେ କହିଛନ୍ତି ଆପଣମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ । ୟୁକ୍ରେନର ବିଜୟ ହିଁ ଆପଣମାନଙ୍କ ପାଇଁ ସର୍ବଶ୍ରେଷ୍ଠ ଉପହାର ହେବ । ହେଲେ ଜେଲେନ୍‌ସ୍କି କେଉଁ ହସ୍ପିଟାଲ ଯାଇଛନ୍ତି ସେ ସମ୍ପର୍କରେ କିଛି ଜଣାପଡି ନାହିଁ । କିନ୍ତୁ ଫଟୋରେ ସେ ଆହତ ସେନାଙ୍କ ସହ ସେଲ୍ଫି ନେଉଥିବା ଦେଖାଯାଇଛି । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଜେଲେନ୍‌ସ୍କିଙ୍କ ହସ୍ପିଟାଲ ଗସ୍ତର ଫଟୋପୋଷ୍ଟ କରିଛି । ଏହି ଫଟୋକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଜେଲେନସ୍କିଙ୍କର ଖୁବ୍ ପ୍ରଶଂସା କରିଛନ୍ତି ।

Share