ଜେଲେନ୍‌ସ୍କିଙ୍କ ଦାବି: ରୁଷିଆର ୧୦୦ ଟ୍ୟାଙ୍କ, ୨୦୦ ଜାହାଜ ନଷ୍ଟ କରିଛନ୍ତି ୟୁକ୍ରେନ୍ ସେନା

କ୍ୱିଭ,୧ ।୫: ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହୋଇ ସାରିଲାଣି । ଏହାରି ଭିତରେ ଉଭୟ ଦେଶର ବହୁ ଧନଜୀବନ ନଷ୍ଟ ହୋଇ ସାରିଛି । ନିକଟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି କହିଛନ୍ତି, ଯେବେଠାରୁ ରୁଷିଆ ସେନା ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କଲେଣି ସେବେଠାରୁ ୟୁକ୍ରେନ୍ ସେନା ଏହାର କଡା ଜବାବ ଦେଇ ଆସିଛି । ଇତିମଧ୍ୟରେ ୟୁକ୍ରେନ୍ ସେନା ରୁଷିଆର ୧୦୦ ଟ୍ୟାଙ୍କକୁ ନଷ୍ଟ କରି ସାରିଲେଣି । କେବଳ ସେତିକି ନୁହେଁ ରୁଷିଆ ସେନାଙ୍କ ପାଖାପାଖି ୨୦୦ ବିମାନ ଓ ୨୫୦୦ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଗାଡିକୁ ବି ୟୁକ୍ରେନ୍ ସେନା ନଷ୍ଟ କରି ଦେଇଛନ୍ତି । ଏହାସହ ଜେଲନସ୍କି କହିଛନ୍ତି, ଏତେ ନଷ୍ଟ ହେବା ପରେ ବି ରୁଷିଆ ସେନାଙ୍କ ନିକଟରେ ଆହୁରି ଅସ୍ତ୍ରଶସ୍ତ୍ର ବାକି ରହିଛି ଯାହାକୁ ନେଇ ସେ ଆଗକୁ ଆହୁରି ଲଢେଇ କରିପାରିବ ।

Share