ୱାଶିଂଟନ,୨୨ ।୧୨: ୟୁକ୍ରେନ୍-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୦ ମାସରୁ ଅଧିକ ସମୟ ହୋଇଥିଲେ ବି ଏବେ ପର୍ଯ୍ୟନ୍ତ ଏହା ଥମିବାର କୌଣସି ନଜର ଆସୁନାହିଁ । ଏହାରି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ହ୍ୱାଇଟ ହାସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ୍ କରିଛନ୍ତି । ଏହାସହ ଆମେରିକା ୟୁକ୍ରେନକୁ ୧ ବିଲିନ ଡଲାରରୁ ଅଧିକ ସେନା ସହାୟତା ଦେବାକୁ ଘୋଷଣା କରିଛି ।
ସୂଚନାଯୋଗ୍ୟ, ଫେବୃୟାରୀରେ ରୁଷିଆ ଦ୍ୱାରା ୟୁକ୍ରେନ୍ ଉପରେ ହୋଇଥିବା ଆକ୍ରମଣ ପରେ ପ୍ରଥମଥର ଲାଗି ଜେଲନସ୍କି ଆମେରିକା ଗସ୍ତ କରିଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ସହଧର୍ମିଣୀ ଜିଲ ବାଇଡେନ ହ୍ୱାଇଟ ହାଉସରେ ତାଙ୍କୁ ସ୍ୱାଗତ କରିଥିଲେ । ଏବେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ । ଏପଟେ ଉପରାଷ୍ଟ୍ରପତି କମଲା ହାରିସ ବୁଧବାର ରାତିରେ ୟୁଏସ କ୍ୟାପିଟାଲରେ କଂଗ୍ରେସର ଏକ ସଂଯୁକ୍ତ ବୈଠକରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲନସ୍କିଙ୍କ ସମ୍ବୋଧନରେ ଭାଗ ନେଇଥିଲେ ।
Posted inଅନ୍ତର୍ଜାତୀୟ