ଜେଲେନ୍‌ସ୍କିଙ୍କ ଚେତାବନି: ଖୁବଶୀଘ୍ର ନାଟୋ ଦେଶ ଉପରେ ରୁଷିଆ କରିବ ଆକ୍ରମଣ

କ୍ୱିଭ୍‌,୧୪ ।୩: ରୁଷିଆ ଏବେ ୟୁକ୍ରେନର ରାଜଧାନୀ କ୍ୱିଭ ଦଖଲ କରିବା ଯୋଜନାରେ ରହିଛି । କିଛି ସମୟର ଅସ୍ତ୍ର ବିରତି ପରେ ରୁଷିଆ ପୁଣିଥରେ କ୍ୱିଭ ଚାରିପଟୁ ଆକ୍ରମଣ ଜାରି ରଖିଛି । ରବିବାର ରୁଷିଆ ନାଟୋ ସଦସ୍ୟ ଥିବା ପୋଲାଣ୍ଡ ସୀମାକୁ ଲାଗି ରହିଥିବା ୟୁକ୍ରେନର ପଶ୍ଚିମ ସୀମାରେ ଏକ ସେନା ପ୍ରଶିକ୍ଷଣ କେନ୍ଦ୍ର ଉପରେ ଆକ୍ରମଣ କରିଛି । ଏଥିରେ ୩୫ ସେନାଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ୍ କହୁଥିବା ବେଳେ ରୁଷିଆ କହିଛି ଏହି ଆକ୍ରମଣରେ ୧୮୦ ସେନାଙ୍କ ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି କହିଛନ୍ତି ଖୁବଶୀଘ୍ର ରୁଷିଆ ନାଟୋ ଦେଶ ଉପରେ ଆକ୍ରମଣ କରିବାକୁ ଯାଉଛି ।
ଜେଲେନ୍‌ସ୍କି ଏକ ଭିଡିଓ ଜାରି କରି କହିଛନ୍ତି, ଯଦି ଆମର ଆକାଶକୁ ବନ୍ଦ କରି ଦିଆ ନ ଯାଏ ଅର୍ଥାତ୍ ନୋ ଫ୍ଲାଇଂ ଜୋନ ଘୋଷଣା କରା ନ ଯାଏ ତେବେ ମାତ୍ର କିଛି ସମୟ ମଧ୍ୟରେ ରୁଷିଆ ମିଶାଇଲ ଆପଣଙ୍କ ଅଞ୍ଚଳରେ ପଡିବ, ନାଟୋ ଦେଶରେ ମାଡ ଦେବ, ନାଟୋ ନାଗରିକଙ୍କ ଘରେ ପଡିବ ।

Share