ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ପାଇଁ ଛିଡ଼ା ହୋଇ ତାଳି ମାରିଲେ ଇୟୁ ସଦସ୍ୟ

କ୍ୱିଭ୍‌,୧।୩: ଲଗାତାର ୬ ଦିନ ଧରି ରୁଷିଆର ଘନଘନ ଆକ୍ରମଣ ସତ୍ତ୍ୱେ ପଛକୁ ହଟିବାକୁ ନାରାଜ ୟୁକ୍ରେନ୍‌। ଉଭୟ ଦେଶ ମଧ୍ୟରେ ଲଢ଼େଇ ଜାରି ରହିଛି। ରୁଷିଆର ବିରୋଧ ସତ୍ତ୍ୱେ ଭୋଲୋଡିମିରି ଜେଲେନ୍‌ସ୍କି ୟୁରୋପୀୟ ସଂଘ(ଇୟୁ)ର ସଦସ୍ୟତା ପାଇଁ ଆବେଦନ କରିଛନ୍ତି। ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସେ ୟୁରୋପୀୟ ସଂଘ ଆଗରେ ନିଜର ବ୍ୟଥା ଉପସ୍ଥାପନ କରିଛନ୍ତି।

ରୁଷିଆ-ୟୁକ୍ରେନ ଯୁଦ୍ଧ ଉପରେ ଆଲୋଚନା କରିବା ଲାଗି ଇୟୁର ବୈଠକ ବସିଛି। ଏହାକୁ ସମ୍ବୋଧନ କରିବା ବେଳେ ଜେଲେନ୍‌ସ୍କି ବେଶ ଭାବବିହ୍ବଳ ହୋଇପଡ଼ିଥିଲେ। ସେ ସମ୍ବୋଧନ ଆରମ୍ଭ କରିବା ପୂର୍ବରୁ ଇୟୁର ସଦସ୍ୟମାନେ ଛିଡ଼ା ହୋଇ ତାଳି ମାରିଥିଲେ। ଏହା ଦେଖି ଜେଲେନ୍‌ସ୍କି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ‘ଏଭଳି ସମୟରେ ୟୁରୋପ ୟୁନିୟନର ସହଯୋଗକୁ ଦେଖି ଖୁସି ଲାଗୁଛି ’ବୋଲି କହିଛନ୍ତି।

Share