ରୁଷିଆ ସେନାଙ୍କ ଉପରେ ବୋମାମାଡ କରି କିଛି ଅଞ୍ଚଳକୁ ନିଜ କବଜାକୁ ଆଣିଲେଣି ୟୁକ୍ରେନ୍ ସେନା: ଜେଲେନ୍‌ସ୍କି

କ୍ୱିଭ୍‌,୩ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧ ବେଳକୁ ବେଳ ନୂଆ ମୋଡ ନେଉଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି କହିଛନ୍ତି କ୍ୱିଭ ଓ ଚେର୍ନୋହିବର ଆଖପାଖ ଅଞ୍ଚଳକୁ ପୁଣିଥରେ ୟୁକ୍ରେନ୍ ସେନା କବଜା କରି ନେଇଛନ୍ତି । ରୁଷିଆ ସେନାଙ୍କୁ କଡା ଟକ୍କର ଦେବା ସହ ସେମାନଙ୍କ ଉପରକୁ ବୋମାମାଡ କରିଛନ୍ତି । ଜେଲେନ୍‌ସ୍କି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରି କହିଛନ୍ତି ୟୁକ୍ରେନ୍ ଜାଣିଛି ରୁଷିଆ ନିକଟରେ ୟୁକ୍ରେନର ପୂର୍ବ ଓ ଦକ୍ଷିଣରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ସୁରକ୍ଷାକର୍ମୀ ରହିଛନ୍ତି ।
ଜେଲେନସ୍କି କହିଛନ୍ତି ରୁଷିଆ ସେନାଙ୍କର ଲକ୍ଷ୍ୟ ହେଉଛି ୟୁକ୍ରେନର ଦକ୍ଷିଣ ଭାଗକୁ ନିଜ କବଜାକୁ ନେବା । ହେଲେ ୟୁକ୍ରେନର ଲକ୍ଷ୍ୟ ହେଉଛି ନିଜର ସ୍ୱାଧିନତା, ନିଜ ମାଟି ମାଆ ଓ ୟୁକ୍ରେନବାସୀଙ୍କୁ ସୁରକ୍ଷା ଦେବା । ସେ କହଛନ୍ତି ବହୁ ପରିମାଣରେ ରୁଷିଆ ସେନା ମାରିଉପୋଲ ଓ ଏହା ନିକଟରେ ମୁତୟନ ଅଛନ୍ତି । ହେଲେ ଏଠାରେ ୟୁକ୍ରେନ୍ ସେନା ଲଗାତାର ଲଢି ଚାଲିଛି ।

Share