ରହୁଥିବା ଠିକଣା କହିଲେ ଜେଲେନ୍‌ସ୍କି, ଶେୟାର କଲେ ଲୋକେଶନ୍‌

କ୍ୱିଭ୍‌, ୭ା୩: ୟୁକ୍ରେନ୍‌ ଉପରେ୧୩ ଦିନ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉନାହାନ୍ତି। ନୋ-ଫ୍ଲାଏ ଜୋନ୍‌ କରିବାର ଦକ୍ଷତା ସେମାନଙ୍କ ନିକଟରେ ଥିଲେ ହେଁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଏଥିପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏକ ଟେଲିଭିଜନ୍‌କୁ ପ୍ରତିକ୍ରିୟା ଦେଇ କହିଛନ୍ତି। ତେଣୁ ୟୁକ୍ରେନ୍‌ବାସୀ ମୃତାହତ ହେବା ପାଇଁ ପାଶ୍ଚାତ୍ୟ ଦେଶକୁ ମଧ୍ୟ ସେ ଦାୟୀ କରିଛନ୍ତି। ସେ କାହାକୁ ଭୟ କରନ୍ତି ନାହିଁ ଏବଂ କେଉଁଠି ଲୁଚି ନାହାନ୍ତି ବୋଲି ଜେଲେନ୍‌ସ୍କି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏକ ଲୋକେଶନ୍‌ ଶେୟାର କରି କହିଛନ୍ତି ଯେ, ସେ କ୍ୱିଭ୍‌ରେ ବାନ୍‌କୋଭା ଷ୍ଟ୍ରିଟ୍‌ରେ ଅଛନ୍ତି। ଏହି ଯୁଦ୍ଧ ରୋକିବାକୁ ବିଶ୍ୱକୁ ଅନେକ କିଛି କରିବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।

Share