ଶତ୍ରୁତାକୁ ସମାପ୍ତ ପାଇଁ ରୁଷିଆକୁ ଆଲୋଚନା କରିବାକୁ ପଡ଼ିବ: ଜେଲେନ୍‌ସ୍କି

କ୍ୱିଭ,୨୫।୨: ୟୁକ୍ରେନରେ ରୁଷିଆ ଆକ୍ରମଣର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଭୟଙ୍କର ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ୟୁକ୍ରେନର ରାଜଧାନୀ କ୍ୱିିଭ ସମେତ ଅନେକ ସହରରେ ରୁଷିଆ ସୈନ୍ୟ ପ୍ରବେଶ କରିଛନ୍ତି। ସୂଚନା ଅନୁସାରେ ରୁଷିଆ ସୈନ୍ୟ ବର୍ତ୍ତମାନ ସୁମି ସହର ଆଡ଼କୁ ଅଗ୍ରସର ହେଉଥିବା ଜଣାପଡ଼ିଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୟୁକ୍ରେନର ୧୩୭ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି। ଯୁଦ୍ଧକୁ ନେଇ ଏବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଜେଲେନ୍‌ସ୍କି କହିଛନ୍ତି, ଶୀଘ୍ର ହେଉ କିମ୍ବା ବିଳମ୍ବରେ ହେଉ ରୁଷିଆକୁ ଆମ ସହ ଆଲୋଚନା କରିବାକୁ ହିଁ ପଡ଼ିବ। ଯେତେ ଶୀଘ୍ର ଆଲୋଚନା ଆରମ୍ଭ ହେବ, ସେତିକି କମ୍‌ କ୍ଷୟକ୍ଷତି ହେବ ବୋଲି ଜେଲେନ୍‌ସ୍କି କହିଛନ୍ତି। ଏଥିସହ ସେ କହିଛନ୍ତି, ଶତ୍ରୁତାକୁ ସମାପ୍ତ କରିବା ପାଇଁ ଶ୍ରୀଘ୍ର କିମ୍ବା ବିଳମ୍ବରେ ହେଉ ରୁଷିଆ-ୟୁକ୍ରେନ ସହ କଥା ହେବାକୁ ପଡ଼ିବ। ଶତ୍ରୁତାକୁ କିପରି ସମାପ୍ତ କରାଯିବ ଓ ଏହି ଆକ୍ରମଣକୁ କିପରି ରୋକାଯାଇପାରିବ, ସେନେଇ ତୁରନ୍ତ ରୁଷିଆ ଆମକୁ କହୁ ବୋଲି ଜେଲେନ୍‌ସ୍କି କହିଛନ୍ତି।

Share