ରୁଷିଆର ଦାବିକୁ ଖଣ୍ଡନ କରୁଛନ୍ତି ଜେଲେନସ୍କି

କ୍ୱିଭ,୪ ।୭: ଦୀର୍ଘ ପ୍ରାୟ ୫ ମାସ ହେବ ଲାଗି ରହିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେବି ଉତ୍ତେଜନା ପରିସ୍ଥିତି ଭିତର ଗତି କରୁଛି । ୟୁକ୍ରେନକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ରୁଷିଆ ପ୍ରାଣପଣେ ଚେଷ୍ଟା ଚଳାଇଥିବା ବେଳେ ୟୁକ୍ରେନ୍ କିନ୍ତୁ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ । ଆମେରିକା ଓ କିଛି ୟୁରୋପୀୟ ଦେଶର ସହାୟତାରେ ରୁଷିଆ ସହ ଲଢି ଚାଲିଛି ୟୁକ୍ରେନ ଭଳି ଏକ ଛୋଟିଆ ଦେଶ । ତେବେ ରବିବାର ରୁଷିଆ ଦାବି କରିଥିଲା କି ତା’ର ସେନା ଲୁହାନସ୍କ ଅଞ୍ଚଳରେ ୟୁକ୍ରେନର ନିୟନ୍ତ୍ରଣରେ ଥିବା ଶେଷ ସହର ଲିସିଚାଂସ୍କ ଉପରେ କବଜା କରି ନେଇଛନ୍ତି । ହେଲେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି ଲିସିଚାଂସ୍କରେ ଲଢେଇ ଜାରି ରହିଛି । ଲୁହାନସ୍କ ଅଞ୍ଚଳରେ ରୁଷିଆ ସେନାର ନିୟନ୍ତ୍ରଣ ଥିବାରୁ ଦୋନୋତ୍ସକ ଉପରେ କବଜା କରିବା ସେମାନଙ୍କୁ ସହଜ ହେବ । ଅନ୍ୟପଟେ ରୁଷିଆରା ପ୍ରତିରକ୍ଷାମନ୍ତ୍ରୀ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ କହିଛନ୍ତି, ରୁଷିଆ ସେନା ସ୍ଥାନୀୟ ମିଲିଶିୟା ସହ ମିଶି ଲିସିଚାଂକ୍ସ ସହର ଉପରେ ସମ୍ପୂର୍ଣ୍ଣ ଭାବେ କବଜା କରି ନେଇଛନ୍ତି ।
ସୂଚନାଯୋଗ୍ୟ, କିଛିଦନ ହେବ ୟୁକ୍ରେନ ସେନା ଲିସିଚାଂକ୍ସ ସହରକୁ ବଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି । ହେଲେ ରୁଷିଆ ସେମାନଙ୍କ ସ୍ଥିତିକୁ ଦୁର୍ବଳ ବୋଲି କହିଛି । ଯେଉଁଠି ଗୋଟିଏ ସପ୍ତାହ ପୂର୍ବରୁ ପଡୋଶୀ ସିଭିଏରୋନୋସ୍କ ଉପରେ ଏକ ସପ୍ତାହ ପୂର୍ବରୁ ରୁଷିଆ କବଜା କରି ନେଇଛି । ୟୁକ୍ରେନ୍ ଗସ୍ତରେ ଯାଇଥିବା ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଖବରଦାତା ସମ୍ମିଳନୀରେ ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି, ଆମେ ଏବେ କୌଣସି ଶେଷ ନିଷ୍ପତ୍ତିରେ ପହଞ୍ଚି ପାରୁନାହିଁ । ଲିସିଚାଂକ୍ସରେ ଏବେବି ଲଢେଇ ଜାରି ରହିଛି ।

Share