ୟୁକ୍ରେନ ସୋଭିଏତ ଯୁଗର ପ୍ରତୀକ ବଦଳାଇଲା, ହାତୁଡ଼ି ଏବଂ ଦା ମାତୃଭୂମି ସ୍ମାରକ ହଟିଲା…

କିଭ୍‌,୯।୮ : ୟୁକ୍ରେନ ସୋଭିଏତ ଯୁଗର ପ୍ରତୀକଗୁଡ଼ିକୁ ନଷ୍ଟ କରିଦେଇଛି। ସୋଭିଏତ୍ ଯୁଗର ପ୍ରତୀକକୁ କିଭର ଏକ ପାହାଡ ସ୍ମାରକୀରୁ ହଟାଇଛି। ଏଠାରେ ଥିବା ହାତୁଡ଼ି ଏବଂ ଦା ପ୍ରତୀକ ବଦଳରେ ଏକ ତ୍ରିଶୁଳ ପ୍ରତୀକ ସ୍ଥାପନ କରାଯାଇଛି।

ୟୁକ୍ରେନ ମାତୃଭୂମି ସ୍ମାରକର ଢାଲରେ ଥିବା ସୋଭିଏତ ହାତୁଡ଼ି ଏବଂ ଦା ପ୍ରତୀକ ହଟାଇ ଏକ ତ୍ରିଶୁଳ ଲଗାଇଛି।

ଏହା ଦ୍ୱାରା ୟୁକ୍ରେନର ସଂସ୍କୃତି ଏବଂ ପରିଚୟକୁ ପୁନର୍ଜୀବିତ କରାଯାଇ ପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ୟୁକ୍ରେନ ସଂସ୍କୃତି ମନ୍ତ୍ରଣାଳୟ କହିଛି, ଆମର ବିଶ୍ୱାସ ଏହି ପରିବର୍ତ୍ତନ ଆମ ସଂସ୍କୃତି ଏବଂ ପରିଚୟର ପୁନର୍ଜୀବନରେ ଏକ ନୂତନ ପର୍ଯ୍ୟାୟର ଆରମ୍ଭ ହେବ।

ଏହି ସ୍ମାରକଟି ହେଉଛି ଇସ୍ପାତରେ ନିର୍ମିତ ୧୦୨ ମିଟର ଉଚ୍ଚ ଏକ ପଥର ସ୍ତମ୍ଭ। ୧୯୭୯ ରେ ନିର୍ମିତ ଏହି ସ୍ମାରକୀରେ ଜଣେ ମହିଳାଙ୍କୁ ସୋଭିଏତ ହାତୁଡ଼ି ଏବଂ ଖଣ୍ଡା ଦା ଧରିଥିବାର ପ୍ରତୀକ ରହିଥିଲା।

Share