ବିଶ୍ୱର ସମସ୍ତ ଦେଶ ମିଶି ଯୁଦ୍ଧ ବନ୍ଦ କରିବା ଦରକାର: ଜେଲେନ୍‌ସ୍କି

କ୍ୱିଭ୍‌,୨୪ ।୩: ରୁଷିଆ ଲଗାତାର ଭାବେ ପାଖାପାଖି ୧ ମାସଧରି ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ୟୁକ୍ରେନ୍ ବି ଏହାର ପାଲଟା ଜବାବ ଦେଉଛି । ହେଲେ ଏଥିରେ ଉଭୟ ଦେଶ କ୍ଷତି ସହୁଥିବା ବେଳେ ବିନା କାରଣରେ ସାଧାରଣଜନତାଙ୍କ ମୃତ୍ୟୁ ସାରା ବିଶ୍ୱବାସୀଙ୍କୁ ବ୍ୟଥିତ କରିଛି । ଯୁଦ୍ଧ ବନ୍ଦ କରିବାକୁ ରୁଷିଆ-ୟୁରୋପ ମଧ୍ୟରେ ତିନି ତିନିଥର କଥାବାର୍ତ୍ତା ସରିଥିଲେ ବି ଏହାର କୌଣସି ସମାଧାନ ବାହାରି ପାରି ନାହିଁ ।
ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମୀର ଜେଲେନ୍‌ସ୍କି ଏକ ଟେଲିଗ୍ରାମ ପୋଷ୍ଟ ଜରିଆରେ କହିଛନ୍ତି, ଆମେ ସମସ୍ତେ ମିଶି ରୁଷିଆକୁ ଅଟକାଇବା ଦରକାର । ବିଶ୍ୱର ସମସ୍ତ ଦେଶ ଯୁଦ୍ଧକୁ ବନ୍ଦ କରିବା ଦରକାର । ସେ କହିଛନ୍ତି ଶାନ୍ତିପୂର୍ଣ୍ଣ ଲୋକଙ୍କ ବିରୋଧରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି । ଗୋଟିଏ ମାସ ହୋଇସାରିଲାଣି । ଏତେ ବିଳମ୍ବ । ମୋ ମନ କହୁଛି ସମସ୍ତ ୟୁକ୍ରେନ୍‌ବାସୀ ଓ ପୃଥିବୀରେ ରହୁଥିବା ସମସ୍ତ ସ୍ୱତନ୍ତ୍ର ବ୍ୟକ୍ତିଙ୍କ ହୃଦୟକୁ ଭାଙ୍ଗି ଦେଇଛି ସେଥିପାଇଁ ମୁଁ ଆପଣମାନଙ୍କୁ ଅପିଲ କରୁଛି ଯୁଦ୍ଧ ବିରୋଧରେ ସମସ୍ତେ ସ୍ୱର ଉତ୍ତୋଳନ କରନ୍ତୁ ।

Share