ରୁଷିଆ-ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା: ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ/କ୍ୱିଭ୍‌,୨୦।୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ୟୁକ୍ରେନ ସୀମାନ୍ତରେ ରୁଷିଆ ଆଣବିକ ସମରାଭ୍ୟାସ ସହ ସୈନ୍ୟ ସଂଖ୍ୟା ବଢାଉଛି। ୟୁକ୍ରେନ ବିଚ୍ଛିନ୍ନତାବାଦୀଙ୍କୁ ମଧ୍ୟ ରୁଷିଆ ସମର୍ଥନ ଘୋଷଣା କରିଛି। ରୁଷିଆ ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି। ଏହାକ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ଥିବା ଭାରତୀୟ ଦୂତାବାସ ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟ ଛାତ୍ର ଏବଂ ନାଗରିକ ୟୁକ୍ରେନ ଛାଡନ୍ତୁ। ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ବାଣିଜି୍ୟକ ବିମାନ ଏବଂ ଚାର୍ଟର ବିମାନ ଉପଲବ୍ଧ ହୋଇପାରେ।
ସୂଚନାଯୋଗ୍ୟ, ପ୍ରାୟ ୧୮ ହଜାର ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ମେଡିକାଲ୍‌ ଶିକ୍ଷା ପାଇଁ ସେଠାକୁ ଯାଇଛନ୍ତି। ସେମାନେ ଭାରତ ଆସିବାକୁ ସରକାରଙ୍କୁ ସାହାଯ୍ୟ ମାଗିଥିଲେ।

Share