କ୍ୱିଭ୍‌ରେ ବଡ଼ ବିସ୍ଫୋରଣ କଲା ରୁଷିଆ

କ୍ୱିଭ୍‌,୨୫।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗମ୍ଭୀର ରୂପ ନେଇଛି। ରୁଷିଆ ସେନା ଦ୍ୱାରା ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଶୁକ୍ରବାର ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ରୁଷିଆ ଆକ୍ରମଣ କରିଛି। ସକାଳ ୪ ଟାରୁ (ସ୍ଥାନୀୟ ସମୟ) ଏହି ଆକ୍ରମଣ ଆରମ୍ଭ ହୋଇଥିଲା। ବିସ୍ଫୋରଣ ଏମିତି ଥିଲା ଯେ ଆକାଶରେ ନିଆଁ ଲାଗୁଥିବା ଦେଖିବାକୁ ମିଳିଥିଲା। ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି, ରୁଷିଆ ଆକ୍ରମଣରେ ଏପର୍ଯ୍ୟନ୍ତ ୧୩୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୩୧୬ ଜଣ ଆହତ ହୋଇଛନ୍ତି। ରୁଷିଆ ଆସନ୍ତା ୯୬ ଘଣ୍ଟା ମଧ୍ୟରେ କ୍ୱିଭ୍‌କୁ ଦଖଲ କରିପାରେ ବୋଲି ଆମେରିକାର ସୁରକ୍ଷା ଅଧିକାରୀମାନେ ଆଶଙ୍କା କରିଛନ୍ତି।

Share