୧୭ ଦିନରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଲୋକେ

କ୍ୱିଭ,୧୨ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ରୁଷିଆ ସେନା ଲଗାତାର ଭାବେ ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରି ଚାଲିଛନ୍ତି । ଏମାନେ ୟୁକ୍ରେନର ରାଜଧାନୀ କ୍ୱିଭ ଦଖଲ ଲକ୍ଷ୍ୟର ଥିବା ବେଳେ କ୍ୱିଭ୍ ଠାରୁ ୟୁକ୍ରେନ୍ ସେନା ମାତ୍ର ୨୬ କିଲୋମିଟର ଦୂରରେ ଥିବା କୁହାଯାଉଛି । ଏପଟେ ୟୁକ୍ରେନ୍ ସରକାର ଦାବି କରିଛନ୍ତି ଯେ ଶୁକ୍ରବାର ରୁଷିଆ ସେନା ପଶ୍ଚିମ ୟୁରୋପରେ ଥିବା ବିମାନବନ୍ଦର ନିକଟରେ ବହୁ ସଂଖ୍ୟାରେ ବୋମା ବିସ୍ଫୋରଣ କରିଛନ୍ତି । ପୁଟିନ ସେନାଙ୍କ ପ୍ରାୟ ୬୪ କିଲୋମିଟର ଲମ୍ବା ଲାଇନ କେବଳ ଆକ୍ରମଣ ଢଙ୍ଗରେ ରହିଛନ୍ତି । ରୁଷିଆ ସେନା ଆକମ୍ରଣରେ ୟୁକ୍ରେନର ଅଧିକାଂଶ ସ୍କୁଲ, ହସ୍ପିଟାଲ ନଷ୍ଟ ହୋଇଯାଇଥିବା ବେଳେ ମାରିୟୁପୋଲ ସହର ଏବେ ଧ୍ୱଂସ ସ୍ତୁପରେ ପରିଣତ ହେବାକୁ ଯାଉଛି । ଏହାସହ ଏଠାରେ ରାସ୍ତା ଉପରେ ପଡିଥିବା ଗଣ୍ଡା ଗଣ୍ଡା ମୃତଦେହ ବଖାଣୁଛି ରୁଷିଆ ସେନାର ବର୍ବରତା । ଗୋଟିଏ ପଟେ ରୁଷିଆ ସେନାର ଆକ୍ରମଣ ଅନ୍ୟପଟେ ଜୀବନ ବଞ୍ଚିବାକୁ ସଂଘର୍ଷ । ଏହାରି ଭିତରେ ସାଧାରଣ ଜନତା ଖାଦ୍ୟ ପାନୀୟ ପାଇଁ ଯେମିତି ସଂଘର୍ଷ କରି ଚାଲିଛନ୍ତି । ମୁନ୍ଦାଏ ପାଣିପାଇଁ ସାଧାରଣ ଜନତା ଏଣେତେଣେ ଧାଉଁଛନ୍ତି । ଆବଶ୍ୟକ ମୁତାବକ ଖାଦ୍ୟ ଓ ପାନୀୟ ବ୍ୟବହାର କରିବାକୁ ଏମାନେ ବାଧ୍ୟ ଅନ୍ୟପଟେ ଯୁଦ୍ଧ ଥମିବାର ନାଁ ନେଉ ନ ଥିବା ବେଳେ ୟୁକ୍ରେନର ପ୍ରାୟ ୨୫ ଲକ୍ଷ ଲୋକ ଦେଶଛାଡି ଚାଲି ଯାଇଥିବା କୁହାଯାଉଛି ।

Share