ଆତ୍ମସମର୍ପଣ କରିବାକୁ ମନା କଲା ୟୁକ୍ରେନ

କ୍ୱିଭ୍‌,୨୧।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟ ମଧ୍ୟରେ ୨୬ ଦିନ ମଧ୍ୟରେ ଲାଗିଥିବା ଏହି ଯୁଦ୍ଧ ଥମିବାର ନାଁ ନେଉନାହିଁ। ୟୁକ୍ରେନର ଅନେକ ସହରରେ ଯୁଦ୍ଧ ଜାରି ରହିଛି। ରୁଷିଆ ବାରମ୍ବାର କ୍ଷେପଣାସ୍ତ୍ର ମାଡ କରୁଛି। ରୁଷିଆ ୟୁକ୍ରେନର ମାରିଉପୋଲ ସହରକୁ ଚାରିପଟୁ ଘେରି ରହିଛି ଏବଂ ସେଠାରେ ଲଗାତାର ଯୁଦ୍ଧ ଚାଲିଛି। ରାତିସାରା ରୁଷିଆର କ୍ଷେପଣାସ୍ତ୍ର ମାଡରେ ରାଜଧାନୀ କ୍ୱିଭ ଥରୁଛି। ରୁଷିଆ ମାରିଉପୋଲ ଖାଲି କରିବାକୁ ୟୁକ୍ରେନକୁ ଚରମପତ୍ର ଦେଇଛି। କିନ୍ତୁ ୟୁକ୍ରେନ ଆତ୍ମସମର୍ପଣ କରିବାକୁ ମନା କରିଦେଇଛି। ଫଳରେ ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି।
ରୁଷିଆର ସୈନ୍ୟବାହିନୀ ୟୁକ୍ରେନର ଡୋନେଟସ୍କରେ ଥିବା ୟୁକ୍ରେନ ସାମରିକ ବେସକୁ ଟାର୍ଗେଟ କରିଛନ୍ତି। ରୁଷିଆ ଗୋଟିଏ ପରେ ଗୋଟିଏ ୟୁକ୍ରେନର ସାମରିକ ବେସକୁ ନଷ୍ଟ କରୁଛି। ନିଆଁ ଲାଗିବା ହେତୁ ପୁରା ମାରିଉପୋଲ ସହର ଧୂଆଁରେ ଆବୃତ ହୋଇଛ। ବୋମା ବିସ୍ଫୋରଣରେ ପୁରା ସହର କମ୍ପିତ ହେଉଛି।

Share