ବେଳକୁ ବେଳ ବିଗୁଡୁଛି କ୍ୱିଭ୍‌ର ପରିସ୍ଥିତି, ମାଆ ପାଇଁ ଔଷଧ ଆଣିବାକୁ ଯାଇଥିବା ଝିଅକୁ ଉଡାଇଦେଲେ ରୁଷିଆ ସେନା

କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୮ ଦିନରେ ପହଞ୍ଚିଛି । ହେଲେ ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କ୍ୱିଭକୁ ଦଖଲ କରିବା ଟାର୍ଗେଟରେ ରହିଛି ରୁଷିଆ । ଏଥିପାଇଁ ରୁଷିଆ ସେନା ପକ୍ଷରୁ କ୍ୱିଭ ନିକଟରେ ଲଗାତାର ବିସ୍ଫୋରଣ ଓ ଗୁଳିଗୋଳା ବର୍ଷଣ କରାଯାଉଛି । ମିଳିଥିବା ଗଣମାଧ୍ୟମ ସୂଚନା ଅନୁଯାୟୀ, ଜଣେ ମହିଳା ତାଙ୍କ ଅସୁସ୍ଥ ମାଆଙ୍କ ପାଇଁ ମେଡିସିନ ଆଣିବାକୁ ଯାଇଥିବା ସମୟରେ ରୁଷିଆ ଟ୍ୟାଙ୍କର ଆକ୍ରମଣରେ ଉଭୟ ମାଆ ଝିଅଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ୱେଲେରିୟା ମକ୍ସୋତ୍ସକା ନାମକ ମହିଳା ତାଙ୍କ ମାଆ ଇରିନା ତାଙ୍କ ଡ୍ରାଇଭରକୁ ନେଇ ଔଷଧ ପାଇଁ ଘରୁ ବାହାରକୁ ବାହାରିଥିଲେ । ଏହି ସମୟରେ ରୁଷିଆ ଟ୍ୟାଙ୍କ ଆକ୍ରମଣରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ତେବେ ରୁଷିଆ ଆକ୍ରମଣ ସମୟରେ ସାଧାରଣ ଜନତାଙ୍କୁ ସାହାଯ୍ୟ କରିବା ପାଇଁ ମହିଳା ଜଣକ କ୍ୱିଭ ଛାଡି ନ ଥିବା ବେଳେ ନିଜ ମାଆଙ୍କ ଔଷଧ ଆଣିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ।

Share