ଏଲନ ମସ୍କଙ୍କୁ ସାହାଯ୍ୟ ମାଗିଲେ ୟୁକ୍ରେନ୍ କମାଣ୍ଡର

କ୍ୱିଭ,୧୨ ।୫: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମାରିଉପୋଲରେ ଜଣେ ୟୁକ୍ରେନ୍ କମାଣ୍ଡର ବୁଧବାର ସିଧାସଳଖ ଭାବେ ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ଏଲନ ମସ୍କଙ୍କୁ ସାହାଯ୍ୟ ମାଗିଛନ୍ତି । ରୁଷିଆ ସେନା ଦ୍ୱାରା କବଜା କରାଯାଇଥିବା ଦକ୍ଷିଣ ସହରରେ ଫସି ରହିଥିବା ଲୋକଙ୍କୁ ବାହାର କରିବାରେ ସାହାଯ୍ୟ କରିବାକୁ ସେ ମସ୍କଙ୍କୁ କହିଛନ୍ତି ।
୩୬ତମ ସେପରେଟ ମରିନ ବ୍ରିଗେଡର କମାଣ୍ଡର ଏରହି ବୋଲିନା କହିଛନ୍ତି, ସେ ମସ୍କଙ୍କ ପର୍ଯ୍ୟନ୍ତ ତାଙ୍କ ବାର୍ତ୍ତା ପହଞ୍ଚାଇବାକୁ ସେ ଟୁଇଟର ଆକାଉଣ୍ଟ ଖୋଲିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି, ଲୋକ କହୁଛନ୍ତି ଆପଣ ଭିନ୍ନ ଗ୍ରହରୁ ଆସିଛନ୍ତି, ଆଉ ଲୋକଙ୍କୁ ଏହା କହିବାକୁ ଆସିଛନ୍ତି ଯେ, ଯାହା ଅସମ୍ଭବ ଦେଖାଯାଉଛି ତାହା ବି ମିଳିପାରିବ । ଆମେ ପାଖାପାଖି ଗ୍ରହରେ ରହୁଛେ । ହେଲେ ମୁଁ ଯେଉଁଠି ରହୁଛି ସେଠାରେ ବଞ୍ଚି ରହିବା କଷ୍ଟକର ବ୍ୟାପାର । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଅଜୋବସ୍ତରୁ ବାହାରକୁ ବାହରିବାରେ ଆମ ସାହାଯ୍ୟ କରନ୍ତୁ ।
ବୋଲିନା ଫେସବୁକରେ ଏକ ପୋଷ୍ଟ କରି ଏଲନ ମସ୍କଙ୍କୁ ସୁପରମ୍ୟାନ କହି ତାଙ୍କୁ ସାହାଯ୍ୟ ମାଗିଛନ୍ତି । ହେଲେ ମସ୍କଙ୍କ ପକ୍ଷରୁ ଏହି ପୋଷ୍ଟକୁ ନେଇ ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ ବା କୌଣସି ଟିପ୍ପଣି ଦିଆଯାଇ ନାହିଁ ।

Share