ୟୁକ୍ରେନର ଚିନ୍ତା ବଢାଉଛି ଜୀବନ୍ତ ବୋମା, ନଷ୍ଟ ହେବାକୁ ଲାଗିବ ବର୍ଷ ବର୍ଷ

କ୍ୱିଭ,୧୯ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସାରା ବିଶ୍ୱକୁ ଅଡୁଆରେ ପକାଇ ଦେଇଥିବା ବେଳେ ଏବେ ଚିନ୍ତା ହେଲାଣି ଯୁଦ୍ଧ ପରର ପରିସ୍ଥିତିକୁ ନେଇ । ରୁଷିଆ ଦ୍ୱାରା ୟୁକ୍ରେନ ଉପରେ କରାଯାଇଥିବା ବୋମା ମାଡକୁ ନେଇ ଏବେ ଚିନ୍ତା ପ୍ରକଟ କରିଛି ୟୁକ୍ରେନ୍ । ୟୁକ୍ରେନର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ରୁଷିଆ ଦ୍ୱାରା ଯେଉଁ ବୋମା ମାଡ କରାଯାଇଛି ଏଥିରେ କିଛି ବୋମା ଏବେବି ଅଫୁଟା ଅବସ୍ଥାରେ ରହିଛି । ପରେ ଏହି ବୋମା ଯେ କୌଣସି ସମୟରେ ଫୁଟିବାର ଭୟ ରହିଛି । ଏହାକୁ ନଷ୍ଟ କରି ଦିଆଗଲେ ହୁଏତ ବିପଦକୁ ଏଡାଇ ଦିଆଯାଇ ପାରନ୍ତା । କିନ୍ତୁ ୟୁକ୍ରେନର ଗୃହମନ୍ତ୍ରୀ କହିଛନ୍ତି ଯୁଦ୍ଧ ପରେ ଯେଉଁ ଅଫୁଟା ଜୀବନ୍ତ ବୋମା ଗୁଡିକ ରହିବ ତାକୁ ନଷ୍ଟ କରିବାକୁ ବର୍ଷ ବର୍ଷ ସମୟ ଲାଗିପାରେ । କେବଳ ରୁଷିଆ ଦ୍ୱାରା ପକାଯାଇଥିବା ବୋମା ନୁହେଁ ୟୁକ୍ରେନ ଦ୍ୱାରା ବ୍ୟବହାର କରାଯାଇଥିବା ବୋମାକୁ ବି ନଷ୍ଟ କରିବାକୁ ବର୍ଷ ବର୍ଷ ଲାଗିଯିବ । ତେବେ ରୁଷିଆ ସେନାକୁ ଜବାବ ଦେବାକୁ ଯାଇ ୟୁକ୍ରେନ ସେନା ପକ୍ଷରୁ କିଛି ସ୍ଥାନରେ ମାଟି ତଳେ ବି ବୋମା ଖଞ୍ଜା ଯାଇଥିଲା ଯାହା ଏବେ ଜୀବନ୍ତ ଅବସ୍ଥାରେ ରହିଛି ।

Share