‘କ୍ୱିଭ ସ୍ଥିତି ଗମ୍ଭୀର, କିନ୍ତୁ ନିୟନ୍ତ୍ରଣରେ ଅଛି’

ନୂଆଦିଲ୍ଲୀ,୩।୩: ୟୁକ୍ରେନର ରାଜଧାନୀ କ୍ୱିଭର ସ୍ଥିତି ଗମ୍ଭୀର ଅଛି, କିନ୍ତୁ ନିୟନ୍ତ୍ରଣରେ ଅଛି। ରାତିଅଧିଆ ଆକ୍ରମଣରେ କୌଣସି ମୃତାହତ ହୋଇନାହିଁ। ରାତିରେ ଘଟିଥିବା ବିସ୍ଫୋରଣ ରୁଷିଆ ମିସାଇଲକୁ ନଷ୍ଟ କରିବା ପାଇଁ ୟୁକ୍ରେନ ବାୟୁ ସେନା ପକ୍ଷରୁ କରାଯାଇଥିବା ଷ୍ଟ୍ରାଇକ ଯୋଗୁ ଘଟିଥିଲା ବୋଲି ମେୟର ଭିଟାଲି କ୍ଲିତ୍‌ସ୍କକୋ କହିଛନ୍ତି।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗୁରୁବାର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, “ମୋ ଦେଶ ଉପରେ ସାମରିକ ଆକ୍ରମଣ ପାଇଁ ରୁଷିଆକୁ ପରିଣାମ ଭୋଗିବାକୁ ପଡ଼ିବ। ମିସାଇଲ ଓ ରକେଟ୍‌ ଆକ୍ରମଣର ସମର୍ଥନ ଯୋଗୁ ରୁଷିଆ ସେନା ୟୁକ୍ରେନର କିଛି ମୁଖ୍ୟ ସହରକୁ ଦଖଲକୁ ନେଇଛି। ଆମ ପାଖରେ ସ୍ବାଧୀନତା ଛଡ଼ା ହରାଇବାକୁ କିଛି ନାହିଁ। ଆମେ ପୁଣି ଥରେ ପ୍ରତ୍ୟେକ ଘର, ରାସ୍ତା, ସହର ଛିଡ଼ା କରିବୁ। ଆମେ ରୁଷିଆକୁ କହୁଛୁ, କ୍ଷତିପୂରଣ ଓ ଯୋଗଦାନର ଶବ୍ଦର ଅର୍ଥ ଶିକ୍ଷାକର। ତୁମେ ଆମ ଦେଶ ଏବଂ ପ୍ରତ୍ୟେକ ନାଗରିକଙ୍କ ସହ ଯାହା କରିଛ, ତୁମକୁ ତାହା ଫେରାଇବାକୁ ପଡ଼ିବ”।

Share