ରୁଷିଆ ଉପରେ ଡ୍ରୋନ ମାଡ଼ କଲା ୟୁକ୍ରେନ

ମସ୍କୋ,୩୦ା୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବା ପରିବର୍ତ୍ତେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷିଆର ଆକ୍ରମଣ ପରେ ବର୍ତ୍ତମାନ ୟୁକ୍ରେନ ମଧ୍ୟ ପ୍ରତିଶୋଧ ନେବା ଆରମ୍ଭ କରିଛି। ଶନିବାର ରାତିରେ ୟୁକ୍ରେନ ପୁଣି ଥରେ ରୁଷିଆର ରାଜଧାନୀ ମସ୍କୋ ଉପରେ ଡ୍ରୋନ୍‌ ଆକ୍ରମଣ କରିଛି।

ୟୁକ୍ରେନର ଡ୍ରୋନ ଷ୍ଟ୍ରାଇକ୍‌ରେ ମସ୍କୋର ଦୁଇଟି କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଦୁଇଟି ଡ୍ରୋନ ନିୟୋଜିତ ଥିଲେ ଏବଂ ପରେ ଉଭୟ ମସ୍କୋର ପଶ୍ଚିମ ଦିଗକୁ ଗୁଳି ମାଡ଼ କରିଥିଲେ।

Share