ରୁଷିଆ କ୍ଷେପଣାସ୍ତ୍ରକୁ ଖସାଇଲା ୟୁକ୍ରେନ୍‌

କିଭ୍‌,୭।୫: ରୁଷିଆର ହାଇପରସୋନିକ୍‌ ମିଶାଇଲକୁ ୟୁକ୍ରେନ୍‌ ବାୟୁସେନା ଖସାଇଦେଇଥିବା ଶନିବାର ଦାବି କରିଛି। ଆମେରିକାର ପାଟ୍ରିଅଟ୍‌ ଡିଫେନ୍ସ ସିଷ୍ଟମ ସହାୟତାରେ ୟୁକ୍ରେନ୍‌ ପ୍ରଥମ ଥର ପାଇଁ ମସ୍କୋର ଅତ୍ୟାଧୁନିକ କ୍ଷେପଣାସ୍ତ୍ରକୁ ପ୍ରତିହତ କରିବାକୁ ସମର୍ଥ ହୋଇଛି। ୟୁକ୍ରେନ୍‌ ରାଜଧାନୀରେ ରୁଷିଆ ଗୁରୁବାର ରାତିଅଧିଆ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଉଦ୍ୟମ ଚଳାଇଥିବାବେଳେ ଏହାର କିନ୍‌ଝାଲ-ଟାଇପ୍‌ ବାଲିଷ୍ଟିକ୍‌ ମିଶାଇଲ୍‌କୁ ପ୍ରତିହତ କରାଯାଇଥିବା ୟୁକ୍ରେନ୍‌ ବାୟୁସେନା କମାଣ୍ଡର ମିକୋଲା ଓଲେଶ୍ଚୁକ୍‌ କହିଛନ୍ତି। ୟୁକ୍ରେନ୍‌ ପ୍ରଥମ ଥର ପାଇଁ ପାଟ୍ରିଅଟ୍‌ ଡିଫେନ୍ସ ସିଷ୍ଟମ ବ୍ୟବହାର କରିଛି। କିନ୍‌ଝାଲ ବାଲିଷ୍ଟିକ୍‌ ମିଶାଇଲର ଲକ୍ଷ୍ୟଭେଦ କ୍ଷମତା ୨,୦୦୦ କିଲୋମିଟର। ବାୟୁବେଗର ୧୦ ଗୁଣ ଅଧିକ ବେଗରେ ଏହା ଗତି କରିଥାଏ। ଅଣ୍ଡରଗ୍ରାଉଣ୍ଡ ବଙ୍କର କିମ୍ବା ପାର୍ବତ୍ୟାଞ୍ଚଳ ସୁଡ଼ଙ୍ଗକୁ ଧ୍ୱଂସ ଲାଗି ଏହି କ୍ଷେପଣାସ୍ତ୍ରକୁ ବ୍ୟବହାର କରାଯାଇଥାଏ।

Share