କିଭ୍,୭।୨ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ ଅସୁବିଧାରେ ପଡ଼ିବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୀଘ୍ର ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ହଟାଇ ପାରନ୍ତି। ବରିଷ୍ଠ ଆଇନଜୀବୀ ଡେଭିଡ ଆରାଖମିଆ କହିଛନ୍ତି ଯେ ଓଲେକ୍ସି ରେଜନିକୋଭଙ୍କୁ ସାମରିକ ଗୁପ୍ତଚର ମୁଖ୍ୟଙ୍କ ସ୍ଥାନରେ ରଖାଯିବ। ତେବେ କିରିଲ ବୁଦାନୋଭ କେବେ ପ୍ରତିରକ୍ଷା ମନ୍ତ୍ରୀ ପଦ ଗ୍ରହଣ କରିବେ ଏହି ସୂଚନା ଦିଆଯାଇ ନାହିଁ। ରେଜନିକୋଭଙ୍କ ମନ୍ତ୍ରଣାଳୟ ଦୁର୍ନୀତିରେ ପରିପୂର୍ଣ୍ଣ ବୋଲି ଜଣାପଡିଛି।
କୁହାଯାଉଛି ଯେ ଓଲେକ୍ସି ରେଜନିକୋଭଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ହଟାଇ ଦିଆଯିବ ଏବଂ ରଣନୀତିକ ଶିଳ୍ପ ଦାୟିତ୍ୱ ଦିଆଯିବ। ସାଂସଦ ଆରାଖମିଆ କହିଛନ୍ତି ଯେ ସମୟ ଏବଂ ପରିସ୍ଥିତିକୁ ଆଧାର କରି ପରିବର୍ତ୍ତନ ଆବଶ୍ୟକ ଏବଂ ଭବିଷ୍ୟତରେ ମଧ୍ୟ ଏହା ଘଟିବ। ଶତ୍ରୁ ଆଗକୁ ବଢ଼ିବାକୁ ଯାଉଛନ୍ତି ଏବଂ ଆମେ ନିଜକୁ ରକ୍ଷା କରିବାକୁ ପ୍ରସ୍ତୁତ ହେଉଛୁ। ରେଜନିକୋଭ ନଭେମ୍ବର ୨୦୨୧ ରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୟୁକ୍ରେନ ଦୈନ୍ୟବାହିନୀକୁ ମଜବୁତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ।