‘ଯୁଦ୍ଧରେ ମଲେଣି ୧୨,୫୦୦ରୁ ଅଧିକ ରୁଷୀୟ ସୈନ୍ୟ; ୩୭୪ ଟ୍ୟାଙ୍କ୍‌, ୭୪ ବିମାନ ଧ୍ୱଂସ’

କ୍ୱିଭ୍‌,୧୩।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୧୮ ତମ ଦିନ। ରୁଷିଆର ଭୟଙ୍କର ଆକ୍ରମଣରେ ୟୁକ୍ରେନର ଅନେକ ସହର ନଷ୍ଟ ହୋଇଯାଇଛି। ଏଥି ସହିତ, ୟୁକ୍ରେନ ଛାଡୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହି ସମୟରେ, ୟୁକ୍ରେନ ଏହି ଯୁଦ୍ଧରେ ରୁଷିଆର ହୋଇଥିବା କ୍ଷତି ସମ୍ପର୍କରେ ଆକଳନ କରିଛି।
ଆକଳନ ଅନୁଯାୟୀ, ଫେବୃୟାରୀ ୨୬ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ୧୨,୫୦୦ରୁ ଅଧିକ ରୁଷିଆ ସୈନ୍ୟ ନିହତ ହୋଇଛନ୍ତି। ଏଥି ସହିତ ରୁଷିଆ ଏହି ଯୁଦ୍ଧରେ ୭୪ଟି ବିମାନ ଏବଂ ୮୬ଟି ହେଲିକପ୍ଟର ନଷ୍ଟ ହୋଇଛି। ଏ ପର୍ଯ୍ୟନ୍ତ ରୁଷିଆର ୩୭୪ ଟ୍ୟାଙ୍କ ଧ୍ୱଂସ ହୋଇଯାଇଛି। ଏହା ବ୍ୟତୀତ ରୁଷିଆର ୧୪୦ଟି ଆର୍ଟିଲେରି ବନ୍ଧୁକ, ୧୨୨୬ଟି ଯୁଦ୍ଧ ଯାନ, ୬୨ ଏମ୍‌ଏଲ୍‌ଆର୍‌ଏସ୍‌, ୬୦୦ କାର, ୭ଟି ୟୁଏଭି ଏବଂ ୩୪ଟି ବିରୋଧୀ ଯୁଦ୍ଧ ବିମାନ ହରାଇଛି।
ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭ୍‌ରୁ ଖାର୍କିଭ, ମାରିୟୁପୋଲ, ସୁମି, ଓଡେଶା ପର୍ଯ୍ୟନ୍ତ ବୋମା ବିସ୍ଫୋରଣ କରିଛି।

Share