ନିମନ୍ତ୍ରଣ କରାନଯିବା ନେଇ ଅସନ୍ତୋଷ ଝାଡିଲା ୟୁକ୍ରେନ

କିଭ୍‌,୧୦।୯: ୨୦୨୪ରେ ଭାରତ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିଛି। ବୈଠକରେ ଦିଲ୍ଲୀ ଘୋଷଣାନାମାକୁ ସହମତି ମିଳିବା ପରେ ଭାରତ କୂଟନୈତିକ ସ୍ତରକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଉଛି। ଅନ୍ୟପକ୍ଷରେ, ୟୁକ୍ରେନ ଏହି ଘୋଷଣାନାମାକୁ ନେଇ ନିଜର ଆପତ୍ତି ଜଣାଇଛି।

ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଓଲେଗ ନିକୋଲେଙ୍କୋ ଫେସବୁକରେ ଲେଖିଛନ୍ତି, ଘୋଷଣାନାମାକୁ ନେଇ ଗର୍ବ କରିବାର କିଛି ନାହିଁ। ଯୁଦ୍ଧ ପରିସ୍ଥିତିକୁ ନେଇ ୟୁକ୍ରେନର ଉପସ୍ଥିତି ଅନ୍ୟ ଦେଶମାନଙ୍କ ସହ ମିଳିତ ଭାବେ ଆଲୋଚନା କରାଯାଇ ପାରିଥା’ନ୍ତା। କିନ୍ତୁ ଏପରି କ୍ଷେତ୍ରରେ ଭାରତ, ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କୁ ନିମନ୍ତ୍ରଣ କରିନାହାଁନ୍ତି। ଫେବୃଆରୀ ୨୦୨୨ରୁ ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି ଏବଂ ସେହି ଦିନଠାରୁ ଅନେକ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ସମର୍ଥନ କରି ଠିଆ ହୋଇଛନ୍ତି। କିନ୍ତୁ ଏଭଳି ପରିସ୍ଥିତିରେ ଜି-୨୦ ବୈଠକରେ ଋଷିଆକୁ ନିନ୍ଦା କରାଗଲା ନାହିଁ।

Share