ମାନବାଧିକାର ଉଲ୍ଲଂଘନ କରୁଛି ୟୁକ୍ରେନ୍‌: ପୁଟିନ୍‌

ମସ୍କୋ,୧୯।୨: ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ସ୍ଥିତି ଅତି ଖରାପ ଆଡ଼କୁ ଗତି କରୁଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଅଭିଯୋଗ ଆଣିଛନ୍ତି। କ୍ରେମଲିନ୍‌ରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ପୁଟିନ୍‌ କହିଛନ୍ତି, ୟୁକ୍ରେନ୍‌ରେ ରୁଷୀୟ ଭାଷା କହୁଥିବା ଲୋକଙ୍କ ସହ ଭେଦଭାବ କରାଯାଉଛି। କ୍ୱିଭ୍‌ ସେମାନଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ କରୁଛି। ବିଚ୍ଛିନ୍ନତାବାଦୀ ନେତାମାନଙ୍କ ସହ କ୍ୱିଭ୍‌ ଆଲୋଚନା କରୁ ବୋଲି ପୁଟିନ୍‌ ପରାମର୍ଶ ଦେଇଛନ୍ତି।ଏହି ଅବସରରେ ୬୯ ବର୍ଷୀୟ ଷ୍ଟଙ୍ଗ୍‌ମ୍ୟାନ୍‌ ପୁଟିନ୍‌ ଆହୁରି କହିଛନ୍ତି, ସେ ୟୁକ୍ରେନ୍‌ ସଙ୍କଟ ନେଇ ପାଶ୍ଚାତ୍ୟ ନେତାଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ। କିନ୍ତୁ ସେମାନେ ରୁଷିଆର ସୁରକ୍ଷାକୁ ଅଣଦେଖା କରୁଛନ୍ତି। କୌଣସି ପ୍ରକାର ଡିଲ୍‌ ହେଲେ ନାଟୋ ପୂର୍ବାଞ୍ଚଳକୁ ସାମରିକ ବିସ୍ତାର କରିବ ନାହିଁ ବୋଲି ତାହାର ପ୍ରଥମ ସର୍ତ୍ତ ହେବା ଆବଶ୍ୟକ।

Share