ୟୁକ୍ରେନ ଯୁଦ୍ଧ: ରୁଷିଆ ପାଇଁ ଭଡ଼ାରେ ଲଢୁଛନ୍ତି ଆଫଗାନର ସୈନ୍ୟ…

ମସ୍କୋ/କ୍ୱିଭ୍‌,୨୭।୧୦ : ରୁଷିଆ-ୟୁକ୍ରେନ ମଧ୍ୟରେ ଆଠ ମାସ ଧରି ଜାରି ରହିଥିବା ଯୁଦ୍ଧ ଆଗାମୀ କିଛି ଦିନ ମଧ୍ୟରେ ଅଧିକ ଭୟଙ୍କର ହେବାକୁ ଯାଉଛି। ପୂର୍ବତନ ଆଫଗାନିସ୍ତାନ ସୈନିକମାନେ ରୁଷିଆ ପକ୍ଷରୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢୁଥିବା ଖବର ମିଳିଛି। ସେମାନେ ଭଡ଼ାରେ ରୁଷିଆ ପାଇଁ ଲଢୁଛନ୍ତି। ଆଫଗାନିସ୍ତାନର ଏହି ପୂର୍ବତନ ସୈନ୍ୟମାନେ ଆମେରିକା ଦ୍ୱାରା ତାଲିମପ୍ରାପ୍ତ।

ଏକ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି। ଏଥିରେ କୁହାଯାଇଛି ଯେ ଆଫଗାନିସ୍ତାନର ପୂର୍ବ ଆଶରଫ ଘାନି ସରକାର ସମୟରେ ସୈନ୍ୟ ବାହିନୀରେ କାର୍ଯ୍ୟ କରୁଥିବା ଆଫଗାନିସ୍ତାନ ସୈନ୍ୟଙ୍କୁ ରୁଷିଆ ଦ୍ୱାରା ୟୁକ୍ରେନକୁ ପଠାଯାଇଛି। ଫଳରେ ୟୁକ୍ରେନ ଯୁଦ୍ଧକୁ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି।

Share