ନାଟୋ ଯୋଗୁ ଆରମ୍ଭ ହୋଇଛି ୟୁକ୍ରେନ୍‌ ଯୁଦ୍ଧ, କହିଲେ ଖାମନେଇ…

ତେହେରାନ/ମସ୍କୋ,୨୧।୭ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫ ମାସ ବିତିଗଲାଣି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ଦଖଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଅପରପକ୍ଷରେ ଇରାନ ଗସ୍ତରେ ଆସିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତେହେରାନରେ ପ୍ରାୟ ୪୦ ବିଲିୟନ ଡଲାରର ଚୁକ୍ତି କରିଛନ୍ତି। ଏହି ସମୟରେ ସେ ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମନେଇଙ୍କୁ ମଧ୍ୟ ଭେଟିଛନ୍ତି। ଏହି ଅବସରରେ ଖାମନେଇ ନାଟୋ ଦେଶଗୁଡ଼ିକୁ ବିପଜ୍ଜନକ ପ୍ରାଣୀ ବୋଲି କହିଥିଲେ। ନାଟୋ ଯୋଗୁ ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।

ପୁଟିନ-ଖାମନେଇ ବୈଠକରେ ଇରାନର ସର୍ବୋଚ୍ଚ ନେତା କହିଛନ୍ତି ଯେ ପାଶ୍ଚାତ୍ୟ ଦେଶଗୁଡିକ ଏକ ଶକ୍ତିଶାଳୀ ତଥା ନିରପେକ୍ଷ ରୁଷିଅକେୁ ବିରୋଧ କରୁଛନ୍ତି।

ସେ ପୁଟିନଙ୍କୁ କହିଛନ୍ତି ଯେ ଯୁଦ୍ଧ ଏକ ହିଂସାତ୍ମକ ତଥା କଷ୍ଟସାଧ୍ୟ ପ୍ରସଙ୍ଗ, କିନ୍ତୁ ୟୁକ୍ରେନକୁ ଆପଣ ଆରମ୍ଭ କରି ନାହାଁନ୍ତି, କିନ୍ତୁ ଯୁଦ୍ଧ ଆରମ୍ଭ କରିଥିବା ଅନ୍ୟ ପକ୍ଷ ଅର୍ଥାତ୍‌ ନାଟୋ ଏହା କରିଛି। ସେ କହିଛନ୍ତି ଯେ ଯଦି ୟୁକ୍ରେନରେ ନାଟୋର କାର୍ଯ୍ୟକଳାପ ବନ୍ଦ ନହୁଏ ତେବେ ସ୍ଥିତି ଅଧିକ ସଙ୍କଟ ଜନକ ହେବ।

ଇରାନ ଗଣମାଧ୍ୟମ ପୁଟିନଙ୍କ ଉଦ୍ଦେଶ୍ୟରେ କହିଛି ଯେ ୟୁକ୍ରେନରେ ସାଧାରଣ ଲୋକଙ୍କ ମୃତ୍ୟୁ ଏକ ବଡ ଦୁଃଖଦ ଘଟଣା। କିନ୍ତୁ ଏଥିପାଇଁ ପାଶ୍ଚାତ୍ୟ ଦେଶଗୁଡ଼ିକ ସମ୍ପୂର୍ଣ୍ଣ ଦାୟୀ।

Share