ରୁଷିଆକୁ ଲାଗିଲା ବଡ଼ ଝଟ୍‌କା

ମସ୍କୋ,୧୫।୪: ୟୁକ୍ରେନ ବିରୋଧରେ ସାମରିକ ଅପରେସନ କରୁଥିବା ବେଳେ ରୁଷିଆର ମିସାଇଲ ଗାଇଡେଡ କ୍ରୁଜ ମୋସ୍କଭା ଯୁଦ୍ଧ ଜାହାଜ ବ୍ଲାକ ସି’ରେ ବୁଡିଯାଇଛି। ଅପରେସନ ବେଳେ ଏହି ଯୁଦ୍ଧ ଜାହାଜଟି କ୍ଷତି ଗ୍ରସ୍ତ ହୋଇଯାଇଥିବାରୁ ସମୁଦ୍ରରେ ବୁଡିଯାଇଛି ଯାଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଯୁଦ୍ଧ ଜାହାଜଟି ୟୁକ୍ରେନର ମିସାଇଲ ମାଡରେ କ୍ଷତିଗ୍ରସ୍ତ ହୋଇଥିବା କିଛି ରିପୋର୍ଟ ଦାବି କରାଯାଉଥିଲା। କିନ୍ତୁ ଜାହାଜରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି ଓ ଏହା କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସମୁଦ୍ରରେ ଭାସିବାର କ୍ଷମତା ରଖିଛି ବୋଲି ରୁଷିଆ କହିଥିଲା। ଏବେ ଜାହାଜ ଭାସିଯିବା ପରେ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଲକ୍ଷ୍ୟସ୍ଥଳରେ ଥିବା ପୋର୍ଟକୁ ଯାଉଥିବା ବେଳେ ଜାହାଜଟି ନିୟନ୍ତ୍ରଣ ହରାଇଥିଲା। ଗୁଳିଗୋଳା ବିସ୍ଫୋରଣ ଯୋଗୁ ଜାହାଜରେ ନିଆଁ ଲାଗି ଯାଇଥିଲା ଓ ଏହା କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଜାହାଜଟି ବ୍ଲାକ ସି’ରେ ବୁଡିଯାଇଛି।

Share