ରୁଷିଆକୁ ଚେତାବନୀ ଦେଲା ୟୁକ୍ରେନ୍‌!

କ୍ୱିଭ,୧୮ ।୪: ୟୁକ୍ରେନର ବୈଦେଶିକମନ୍ତ୍ରୀ ଦିମିତ୍ରୋ କୁଲେବା ମାରିୟୁପୋଲରେ ହୋଇଥିବା ଘଟଣାକୁ ହୃଦୟ ବିଦାରକ ଓ ଜଘନ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ସେଠାରେ ରୁଷିଆର ଆକ୍ରମଣ ରହିବା ଏକ ‘ଲାଲ ରେଖା’ ସାବ୍ୟସ୍ତ ହୋଇପାରେ । ଯାହା କଥାବାର୍ତ୍ତା ମାଧ୍ୟମରେ ଶାନ୍ତି କଥାବାର୍ତ୍ତାର ସମସ୍ତ ପ୍ରୟାସକୁ ବନ୍ଦ କରିଦେଉଛି । ତେଣୁ ରୁଷିଆ ଆକ୍ରମଣ ବନ୍ଦ ନ କଲେ ଶାନ୍ତି ବାର୍ତ୍ତା ସମ୍ଭବ ନୁହେଁ ବୋଲି ସେ ଚେତାବନୀ ଦେଇଛନ୍ତି । କୁଲେବା ସିବିଏସର ‘ଫେସ ଦ ମିଶନ’ କାର୍ଯ୍ୟକ୍ରମରେ କହିଛନ୍ତି ବନ୍ଦର ସହରରେ ମୁତୟନ ଥିବା ୟୁକ୍ରେନ୍ ସେନା ବାକି କର୍ମୀ ଓ ନାଗରିକଙ୍କୁ ଅସଲରେ ରୁଷିଆ ସେନା ଘେରି ରହିଛନ୍ତି ।
ବୈଦେଶିକ ମନ୍ତ୍ରୀ କହିଛନ୍ତି, ୟୁକ୍ରେନ୍ ରୁଷିଆ ସେନାଙ୍କ ସାମ୍ନା କରୁଛି ସତ ହେଲେ ବିଧ୍ୱଂସ କାରଣରୁ ଏବେ ଅଧିକାଂଶ ସହରର ଆଉ କୌଣସି ଅସ୍ତିତ୍ୱ ନାହିଁ । ସୂଚନାଯୋଗ୍ୟ, ଦୀର୍ଘ ୫୨ ଦିନ ହେବ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରି ଚାଲିଥିବା ବେଳେ ଏହାର ମୁଖ୍ୟ ବଡ ବଡ ସହର ଏକ ପ୍ରକାର ମାଟିରେ ମିଶିଯାଇଛି । ହଜାର ହଜାର ସଂଖ୍ୟାରେ ସେନା ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ବି ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

Share