ୟୁକ୍ରେନ ପାଇଁ ନାଟୋରେ ସାମିଲ ହେବା ବାଟ ନୁହେଁ ସହଜ…

ଓ୍ବାଶିଂଟନ,୧୭।୬ : ୟୁକ୍ରେନ ପାଇଁ ନାଟୋରେ ସାମିଲ ହେବା ବାଟ ଏମେବ ସହଜ ପରିବର୍ତ୍ତେ କଠିନ ହେବାରେ ଲାଗିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ନାଟୋରେ ସାମିଲ କରିବା ଲାଗି ୟୁକ୍ରେନ ପାଇଁ ଆମେରିକା କୌଣସି ବିଶେଷ ବ୍ୟବସ୍ଥା କରିବା ନାହିଁ।

ଖବରଦାତାଙ୍କ ସହ କଥାବାର୍ତ୍ତା ସମୟରେ ବାଇଡେନ କହିଛନ୍ତି ନାଟୋରେ ସାମିଲ ହେବା ପାଇଁ ସମସ୍ତ ଯୋଗ୍ୟତା ମାନଦଣ୍ଡକୁ ୟୁକ୍ରେନ୍‌କୁ ପୂରଣ କରିବାକୁ ହେବ। ଅନ୍ୟ ଦେଶ ଭଳି ସମସ୍ତ ମାନକ ପୂରଣ କରିବାକୁ ୟୁକ୍ରେନକୁ ପଦକ୍ଷେପ ନେବାକୁ ପଡ଼ିବ। ଏହାକୁ ସହଜ କରିବା ପାଇଁ ଆମେରିକା ପକ୍ଷରୁ ବିଶେଷ ସହାୟତା ପ୍ରଦାନ କରାଯିବ ନାହିଁ।

Share