ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ…

ମସ୍କୋ,୪।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ କ୍ରମାଗତ ଭାବେ ଡ୍ରୋନ ଆକ୍ରମଣର ପ୍ରକ୍ରିୟା ଜାରି ରହିଛି। ଡ୍ରୋନ ମାଧ୍ୟମରେ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରିବା ଜାରି ରଖିଛନ୍ତି। ମଙ୍ଗଳବାର ମସ୍କୋ ଉପରେ ୟୁକ୍ରେନ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଛି। ଯେଉଁଥିରୁ ରୁଷିଆର ସେନା ନିଜକୁ ରକ୍ଷା କରିଛି। ଡ୍ରୋନ ଷ୍ଟ୍ରାଇକ ବିରୋଧରେ ପ୍ରତିରକ୍ଷା କର୍ତ୍ତୃପକ୍ଷଙ୍କୁ ସହରର ଏକ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରିବାକୁ ବାଧ୍ୟ କରିଛି ବୋଲି ରୁଷିଆର ସୈନ୍ୟ ଅଧିକାରୀ କହିଛନ୍ତି।

ଗତ ମାସରେ ରୁଷିଆ ଉପରେ ମଧ୍ୟ ଏହି ପ୍ରକାର ଆକ୍ରମଣ କରାଯାଇଥିଲା। ୟୁକ୍ରେନ ଅଧିକାରୀମାନେ ରୁଷିଆର ଅଞ୍ଚଳ ଭିତରେ ହୋଇଥିବା ଆକ୍ରମଣ ଉପରେ ମନ୍ତବ୍ୟ ଦେବା ଠାରୁ ସର୍ବଦା ଦୂରେଇ ରହିଛନ୍ତି, ଯେପରି ଏଥର ମଧ୍ୟ ହୋଇଛି। ଏହି ଆକ୍ରମଣ ପାଇଁ ଦାୟୀ ଥିବା ନେଇ ୟୁକ୍ରେନ କର୍ତ୍ତୃପକ୍ଷ ଦାବି କରି ନାହାଁନ୍ତି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ମସ୍କୋ ଉପକଣ୍ଠରେ ବାୟୁ ପ୍ରତିରକ୍ଷା ଦ୍ୱାରା ପାଞ୍ଚଟି ଡ୍ରୋନ ମଧ୍ୟରୁ ଚାରିଟିକୁ ଗୁଳି କରି ଖସା ଯାଇଥିଲା ଏବଂ ପଞ୍ଚମଟି ଇଲେକ୍ଟ୍ରୋନିକ ଯୁଦ୍ଧ ଦ୍ୱାରା ଅକାମୀ ହୋଇଯାଇଥିଲା।

ମସ୍କୋ ମେୟର ସରୋଜ ସୋବିୟାନିନ କହିଛନ୍ତି ଡ୍ରୋନ ଷ୍ଟ୍ରାଇକରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ଡ୍ରୋନ ଆକ୍ରମଣ ଯୋଗୁ କର୍ତ୍ତୃପକ୍ଷ ମସ୍କୋର ଭ୍ନୁକୋଭୋ ବିମାନବନ୍ଦରରେ ବିମାନକୁ ସାମୟିକ ଭାବେ ବନ୍ଦ କରିବା ସହ ମସ୍କୋର ଅନ୍ୟ ବିମାନ ବନ୍ଦରକୁ ବିମାନ ଚଳାଚଳ ବନ୍ଦ କରିଦେଇଥିଲେ। ତେବେ ଡ୍ରୋନ ଷ୍ଟ୍ରାଇକ ପରେ ଏହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।

Share