ରୁଷିଆ ଉପରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ…

ମସ୍କୋ,୯।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ବିରୁଦ୍ଧରେ ଡ୍ରୋନ ଯୁଦ୍ଧ ଜାରି ରଖିଛନ୍ତି। ଏହି ସମୟରେ ରୁଷିଆ ଦାବି କରିଛି ମସ୍କୋ ଅଭିମୁଖେ ଆସୁଥିବା ଦୁଇଟି ଯୁଦ୍ଧ ଡ୍ରୋନକୁ ଖସାଇ ଦେଇଛି। ରୁଷ ଏହା ମଧ୍ୟ ଦାବି କରିଛି ଉଭୟ ଡ୍ରୋନ ଦ୍ୱାରା କେହି ହତାହତ ହୋଇନାହାଁନ୍ତି।

ମସ୍କୋ ମେୟର ସରୋଜ ସୋବିୟାନିନ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ରିପୋର୍ଟ କରି କହିଛନ୍ତି ମସ୍କୋ ସହରର ଆକାଶରେ ଦୁଇଟି ଯୁଦ୍ଧ ଡ୍ରୋନ ଦେଖାଯାଇଥିଲା, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଗୁଳି ଚାଳନା କରା ଯାଇଥିଲା। ଗୋଟିଏ ଡୋମୋଡେଡୋଭୋ ଅଞ୍ଚଳରେ ଏବଂ ଅନ୍ୟଟି ମିନସ୍କ ରାଜପଥ ନିକଟରେ ଖସାଇ ଦିଆଯାଇଥିଲା।

ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ରୁଷିଆ ବିରୁଦ୍ଧରେ ୟୁକ୍ରେନ ବ୍ୟବହାର କରିଥିବା ଦୁଇଟି ଡ୍ରୋନକୁ ସଫଳତାର ସହ ଆକାଶରେ ନଷ୍ଟ କରାଯାଇଛି। ରାତିରେ ଉଭୟ ଡ୍ରୋନକୁ ଗୁଳି କରାଯାଇଥିଲା।

Share