କିଭ୍,୬।୧୨: ରୁଷିଆର ସବୁଠାରୁ ସୁରକ୍ଷିତ ବିବେଚିତ ଦୁଇଟି ଏୟାରବେସ ଉପରେ ୟୁକ୍ରେନ ଡ୍ରୋନ ମାଡ କରିଛି। ଏହି ଆକ୍ରମଣରେ ରୁଷିଆର ତିନିଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଏହି ଡ୍ରୋନ ଆକ୍ରମଣରେ ରୁଷିଆର ଦୁଇଟି ଆଣବିକ ବମ୍ପର ମଧ୍ୟ ନଷ୍ଟ ହୋଇଯାଇଛନ୍ତି। ଏଥି ସହିତ, ୟୁକ୍ରେନରୁ ଅଧିକ ଆକ୍ରମଣ ହେବାର ବିପଦକୁ ଦୃଷ୍ଟିରେ ରଖି ରୁଷିଆର ଏୟାରବେସକୁ ହାଇ ଆଲର୍ଟ କରାଯାଇଛି।
ୟୁକ୍ରେନ ଆକ୍ରମଣ ପରେ ରୁଷିଆ ମଧ୍ୟ ଆକ୍ରମଣକାରୀ ହୋଇପଡିଛି। ରୁଷିଆ ସେନା ଓଡେସା, ଚେରକାସି ଏବଂ କ୍ରିଭି ରିହ ସହର ସମେତ ଦେଶର ଅନେକ ସ୍ଥାନରେ ବୋମା ମାଡ଼ କରିଛି।