ଜେଲେନସ୍କି ‘ପର୍ସନ ଅଫ୍‌ ଦ ଇଅର’

ନୂଆଦିଲ୍ଲୀ,୭।୧୨: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ବିଶ୍ୱ ପ୍ରସିଦ୍ଧ ମାଗାଜିନ୍‌ ‘ଟାଇମ୍‌’ ‘ପର୍ସନ ଅଫ ଦ ଇଅର ୨୦୨୨’ ଘୋଷଣା କରିଛି। ସଦ୍ୟ ପ୍ରକାଶିତ ତାଲିକାରେ ଜେଲେନସ୍କିଙ୍କୁ କଭର୍‌ ପେଜ୍‌ରେ ସ୍ଥାନ ଦିଆଯାଇଛି। ଗତ ୧୦ ମାସ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଆସୁଥିବା ଯୁଦ୍ଧରେ ସେ ଜଣେ ଦୃଢ଼ ନେତା ଭାବେ ଉଭା ହୋଇଛନ୍ତି। ସେ ତାଙ୍କ ସୈନିକମାନଙ୍କ ସହ ଛିଡ଼ା ହେବା ସହ ଧୌର୍ଯ୍ୟ ଏବଂ ଗମ୍ଭୀରତାର ପରିଚୟ ଦେଇ ଶକ୍ତିଶାଳୀ ରୁଷିଆ ସହ ଲଢ଼ୁଛନ୍ତି। ଅନ୍ତର୍ଜାତୀୟ ଫୋରମରେ ଜେଲେନସ୍କି ୟୁକ୍ରେନର ସୁରକ୍ଷାକୁ ନେଇ ସ୍ବର ଉତ୍ତୋଳନ କରିବା ସହ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ପଦକ୍ଷେପକୁ ନିନ୍ଦା କରିଛନ୍ତି।

Share