ଯୁଦ୍ଧ ମଧ୍ୟରେ ୟୁକ୍ରେନର ବଡ଼ ଦାବି: ରୁଷିଆ ସହ ଲଢ଼ିବେ ୧୬ହଜାର ବିଦେଶୀ ସୈନ୍ୟ

କ୍ୱିଭ୍‌,୩।୩: ରୁଷିଆ ଓ ୟକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ରୁଷିଆ ପକ୍ଷରୁ ଲଗାତର ଭାବେ ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ଼ ସହ ଏୟାର ଷ୍ଟାଇକ୍‌ ମଧ୍ୟ କରାଯାଉଛି। ରୁଷିଆ ବିଜୟ ହାସଲ ନେଇ ଆଗକୁ ବଢ଼ୁଥିବା ବେଳେ ୟୁକ୍ରେନ ନିଜ ଦେଶର ସମାନ ବଞ୍ଚାଇବା ପାଇଁ ଯୁଦ୍ଧରୁ ପଛଘୁଞ୍ଚା ଦେଉନାହିଁ। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଜେଲେନ୍‌ସ୍କି ଦାବି କରିଛନ୍ତି ଯେ, ବର୍ତ୍ତମାନ ରୁଷିଆ ବିରୋଧରେ ୧୬ହଜାର ବିଦେଶୀ ସୈନ୍ୟ ଲଢ଼ିବାକୁ ଯାଉଛନ୍ତି। ଜେଲେନ୍‌ସ୍କିଙ୍କ ଏହି ଦାବି ପରେ ଏବେ ଯୁଦ୍ଧ କେଉଁଆଡ଼କୁ ଗତି କରିବ ସେନେଇ ବିଶ୍ୱବସୀଙ୍କ ନଜର ରହିଛି। ଅନ୍ୟପଟେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ କଥା ହୋଇଛନ୍ତି। ମାକ୍ରୋନ ପୁଟିନ୍‌ଙ୍କ ସହ ୯୦ ମିନିଟ୍‌ ଧରି ଫୋନରେ ଆଲୋଚନା କରିଥିବା ଜଣାପଡ଼ିଛି।

Share