ରୁଷିଆକୁ ୟୁକ୍ରେନର ମୁହଁତୋଡ଼ ଜବାବ

କିଭ୍‌,୧୪ା୧୦: ଦୀର୍ଘଦିନ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିଲେ ହେଁ ଥମିବାର ନାଁ ନେଉନି। ଉଭୟ ଉଭୟଙ୍କୁ କଡ଼ା ଜବାବ ଦେଇଚାଲିଛନ୍ତି।
ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ରୁଷିଆ ସୈନ୍ୟବାହିନୀର ନିରନ୍ତର ଆକ୍ରମଣ ଜାରିରହିଛି। ୟୁକ୍ରେନ ସହରର ଅବଦିଭିକା ଉପରେ ଲଗାତର ଆକ୍ରମଣ ଶନିବାର  ପଞ୍ଚମ ଦିନରେ ପହଞ୍ଚଥିବା ବେଳେ ୟୁକ୍ରେନ ମଧ୍ୟ ଏହାର କଡ଼ା ଜବାବ ଦେଇଛି।
ସହରର ମୁଖ୍ୟ ଭିଟାଲି ବାରବାଶ କହିଛନ୍ତି, ଶତ୍ରୁମାନେ ଆକ୍ରମଣ କିମ୍ବା ଗୁଳି ବିନିମୟ ବନ୍ଦ କରି ନାହାନ୍ତି। ସେ ଏହା ମଧ୍ୟ କହିଛନ୍ତି, ମସ୍କୋ ଅଧୀନରେ ଥିବା ଆଞ୍ଚଳିକ ରାଜଧାନୀର ଉତ୍ତରରେ ଅବସ୍ଥିତ ଡୋନେଟସ୍କ ନାମକ ପୂର୍ବ ଡୋନେଟସ୍କ ଅଞ୍ଚଳର ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସହରକୁ ଘେରି ରହିବା ପାଇଁ ମସ୍କୋ ଅତିରିକ୍ତ ଶକ୍ତି ନିୟୋଜିତ କରୁଛି।

Share