କ୍ରିମିୟା ବ୍ରିଜ୍‌ ଉପରେ ୟୁକ୍ରେନର ଆତଙ୍କବାଦୀ ଆକ୍ରମଣ

ମସ୍କୋ,୧୨ା୮: ୟୁକ୍ରେନ-ରୁଷିଆ ବିବାଦ ଥମିବାର ନାଁ ନେଉନି। ପରସ୍ପର ଆକ୍ରମଣ ପ୍ରତି ଆକ୍ରମଣ ଦୀର୍ଘଦିନ ଧରି କରି ଚାଲିଛନ୍ତି। ଶନିବାର ୟୁକ୍ରେନ ରୁଷିଆ ଉପରେ ପ୍ରତିଶୋଧ ନେଇଛି। ରୁଷିଆର କ୍ରିମିୟା ବ୍ରିଜ ଉପରେ ୟୁକ୍ରେନ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ କରିଛି। ଏନେଇ ରୁଷିଆ ବୈଦେଶିକ ମନ୍ତ୍ରଣାଳୟ କହିଛି, କ୍ରିମିୟା ବ୍ରିଜ ଉପରେ ୟୁକ୍ରେନ ଆତଙ୍କବାଦୀ ଆକ୍ରମଣ କରିବାରୁ ଏହା ନିରୀହ ସାଧାରଣ ନାଗରିକଙ୍କ ଜୀବନକୁ ବିପଦରେ ପକାଇଛି।
ଆକ୍ରମଣ ପରେ ଏକ ରାସ୍ତା ବିଭାଜିତ ହେବା ସହ ବ୍ରିଜ ଗୋଟିଏ ପାର୍ଶ୍ୱକୁ ଖସିପଡ଼ିଥିବାର ଦେଖିବାକୁ ମିଳିଛି।
ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହାର ସୈନ୍ୟବାହିନୀ ୧୨ ମାଇଲ (୧୯ କିଲୋମିଟର) ବ୍ରିଜ୍‌ ଉପରେ ୟୁକ୍ରେନ ରକେଟ ଆକ୍ରମଣକୁ ରୋକିବାରେ ଲାଗିଛି।

Share