ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ଦୋହରା ମାଡ଼,ଆଫ୍ରିକୀୟ ଦେଶ ସର୍ବାଧିକ ପ୍ରଭାବିତ …

ଜେନେଭା, ୨୮।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସିଧାସଳଖ ପ୍ରଭାବ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ପଡ଼ିଛି। ଯୁଦ୍ଧ ଯୋଗୂ ପୃଥିବୀର ଖାଦ୍ୟ ସୁାକ୍ଷାରେ ସଙ୍କଟ ଦେଖାଦେଇଛି। ଯୁଦ୍ଧରେ ଏହି ଦୁଇ ଦେଶ ଗୁରୁତର ଭାବରେ ପ୍ରଭାବିତ ହେଉଛନ୍ତି। କିନ୍ତୁ ଏହି ଯୁଦ୍ଧ ପୃଥିବୀର ଏକ ବୃହତ ଜନସଂଖ୍ୟାକୁ ଭୋକ ଆଡକୁ ଠେଲି ଦେଇଛି। ବିଶେଷଜ୍ଞମାନେ ଏ ବିଷୟରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ପୃଥିବୀର ହାରାହାରି କୃଷି ଉତ୍ପାଦନକୁ ଗୁରୁତର ଭାବରେ ପ୍ରଭାବିତ କରିଛି।

ଏପରିସ୍ଥଳେ ଯୁଦ୍ଧ ଯୋଗୁ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ଦୋହରା ମାଡ଼ ହେବାରେ ଲାଗିଛି। କାନବେରା ବିଶ୍ୱବିଦ୍ୟାଳୟର ଖାଦ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ସମୁଦାୟ ଖାଦ୍ୟର ଏକ ପଞ୍ଚମାଂଶ ହ୍ରାସ କରିସାରିଛି। ୟୁକେନ୍‌ ଯୁଦ୍ଧ ଏହି ସମସ୍ୟାକୁ ଆହୁରି ଗୁରୁତର କରିଦେଇଛି।

ଗହମ ରପ୍ତାନିରେ ପୃଥିବୀରେ ରୁଷିଆ ଏବଂ ୟୁକ୍ରେନର ଶେୟାର ୩୦ ପ୍ରତିଶତ ରହିଛି। ଯୁଦ୍ଧ ଯୋଗୁ ଗହମ ପାଇଁ ରୁଷିଆ ଏବଂ ୟୂକ୍ରେନ୍‌ ଉପରେ ନିର୍ଭର କରୁଥିବା ଦେଶଗୁଡ଼ିକ ଅନାହାରର ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଖାଦ୍ୟର ଅଭାବ ଯୋଗୁ ପଶ୍ଚିମ ଏସିଆ ଏବଂ ଉତ୍ତର ଆଫ୍ରିକାର ଦେଶଗୁଡିକ ଅଧିକ ପ୍ରଭାବିତ ହେବାର ଆଶଙ୍କ ଦେଖାଦେଇଛି। ଏହି ଦେଶଗୁଡ଼ିକ ୟୁକ୍ରେନ ଗହମର ପ୍ରମୁଖ ଆମଦାନୀକାରୀ।

ଏହି ଦେଶଗୁଡିକ ଆମଦାନୀ ମାଧ୍ୟମରେ ବୈନନ୍ଦିନ ଜୀବନ ସହିତ ଜଡିତ ସମସ୍ତ ଆବଶ୍ୟକତା ପୂରଣ କରିଥାନ୍ତି। ଯୁଦ୍ଧଯୋଗୁ ଏବେ ସେମାନେ ଖାଦ୍ୟ ଅଭାବରୁ ଭୋକିଲା ରହିବା ନିଶ୍ଚତ ହୋଇଥିବା ବିଶେଷଜ୍ଞ ମତପୋଷଣ
କରିଛନ୍ତି।

Share