ବିଟ୍ରେନରେ ୟୁକ୍ରେନୀୟ ରାଜଦୂତଙ୍କୁ ପଦରୁ ବହିଷ୍କାର କଲେ ଜେଲେନସ୍କି

କିଭ୍‌,୨୨।୭: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନରେ ୟୁକ୍ରେନୀୟ ରାଷ୍ଟ୍ରଦୂତ ଭାଡିମ ପ୍ରିଷ୍ଟାଇକୋଙ୍କୁ ତାଙ୍କ ପଦରୁ ବହିଷ୍କାର କରିଛନ୍ତି। କୁହାଯାଉଛି କି, କିଛି ଦିନ ପୂର୍ବରୁ ପ୍ରିଷ୍ଟିଇକୋ ଜେଲେନସ୍କିଙ୍କୁ ସର୍ବସାଧାରଣରେ ସମାଲୋଚନା କରିଥିଲେ।

ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରରୁ ସୂଚନା ମିଳିଛି। ନୋଟିସ୍‌ରେ କୁହାଯାଇଛି କି, ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନରେ ୟୁକ୍ରେନର ପ୍ରତିନିଧୀ ଭାବରେ ପ୍ରିଷ୍ଟାଇକୋଙ୍କୁ ପଦରୁ ହଟାଇ ଦିଆଯାଇଛି। କିନ୍ତୁ କାର୍ଯ୍ୟାଳୟ ବହିଷ୍କାର କରିବାର କୌଣସିି କାରଣ ଦର୍ଶାଇ ନାହିଁ।

Share