ଦୁଇ ରାପ୍ଟର ବୋଟ୍‌ ନଷ୍ଟ କଲା କ୍ୱିଭ୍‌

କ୍ୱିଭ୍‌, ୨ା୪: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ୬୮ ଦିନ ପୂରିଥିବା ବେଳେ ଏତେ ଦିନ ଯୁଦ୍ଧ ଲମ୍ବିବା ମସ୍କୋ ପାଇଁ ଚିନ୍ତାର କାରଣ ପାଲଟିଛି। ଶକ୍ତିଶାଳୀ ରୁଷିଆ ସେନା ଆଗରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ୟୁକ୍ରେନ୍‌ ତିଷ୍ଠି ରହିବା ସେମାନଙ୍କ ଅସାଧାରଣ ସାହସକୁ ଦର୍ଶାଉଛି। ନିକଟରେ କ୍ୱିଭ୍‌ର ମିଶାଇଲ ମାଡ଼ରେ ରୁଷିଆ ନିଜର ଗୁରୁତ୍ୱପୂର୍ଣ୍ଣ ମୋସ୍କଭା ଯୁଦ୍ଧଜାହାଜ ହରାଇଥିବା ବେଳେ ଏବେ ପୁଣି ଏହାର ଦୁଇ ପାଟ୍ରୋଲିଂ ବୋଟ୍‌ ନଷ୍ଟ ହୋଇଛି। ବେଶ ଦକ୍ଷତାର ସହ ୟୁକ୍ରେନ୍‌ ଡ୍ରୋନ୍‌ ଜରିଆରେ କୃଷ୍ଣସାଗରର ସ୍ନେକ୍‌ ଦ୍ୱୀପରେ ମୁତୟନ ଥିବା ରୁଷିଆର ଦୁଇ ରାପ୍ଟର ବୋଟ୍‌କୁ ଟାର୍ଗେଟ କରିଛି। ଏ ନେଇ ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏକ ଭିଡିଓ ଟୁଇଟ୍‌ କରିଛି। ତୁର୍କୀ ନିର୍ମିତ ମିଲିଟାରୀ ଡ୍ରୋନ୍‌ ଦ୍ୱାରା ଦୁଇ ରୁଷୀୟ ରାପ୍ଟର ବୋଟ୍‌କୁ ସଫଳ ଟାର୍ଗେଟ କରାଯାଇଥିବା ୟୁକ୍ରେନ୍‌ ସଶସ୍ତ୍ର ବାହିନୀର କମାଣ୍ଡର୍‌ ଇନ୍‌ ଚିଫ୍‌ ଭାଲେରି ଜାଲୁଝୁନ୍‌ୟୀ କହିଛନ୍ତି। ନିକଟରେ ୟୁକ୍ରେନ୍‌ର ନେପ୍‌ଚ୍ୟୁନ୍‌ ମିଶାଇଲ ମାଡ଼ରେ ରୁଷିଆର ଆଣବିକ ଅସ୍ତ୍ର ପରିବହନକାରୀ ଯୁଦ୍ଧଜାହାଜ ମୋସ୍କଭା କୃଷ୍ଣସାଗରରେ ବୁଡ଼ି ଯାଇଥିଲା। ରୁଷିଆର ଧମକ ସତ୍ତ୍ୱେ ସ୍ନେକ୍‌ ଦ୍ୱୀପରେ ୟୁକ୍ରେନ୍‌ ସୈନ୍ୟ ଆତ୍ମସମର୍ପଣ କରିବାକୁ ମନା କରିବା ପରେ ଏହି ଆଇଲାଣ୍ଡ କ୍ୱିଭ୍‌ ପ୍ରତିରୋଧର ଏକ ଚିହ୍ନ ପାଲଟିଥିଲା।
ରୁଷିଆ ନିୟନ୍ତ୍ରଣରେ ଥିବା ୟୁକ୍ରେନୀୟ ସହ ଇଜିୟମରେ କ୍ୱିଭ୍‌ ସୈନ୍ୟ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏଥିରେ ରୁଷୀୟ କମାଣ୍ଡର ଆଣ୍ଡ୍ରେଇ ସିମୋନୋଭ୍‌ଙ୍କ ସମେତ ୨୦୦ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ଦାବି କରିଛି। ସିମୋନୋଭ୍‌ଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ରୁଷିଆର ୯ ଟପ୍‌ କମାଣ୍ଡରଙ୍କ ମୃତ୍ୟୁ ଘଟିଲାଣି। ଏଥିସହ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବିଶ୍ୱସ୍ତ କୁହାଯାଉଥିବା ରୁଷିଆ ସେନା ମୁଖ୍ୟ ଜେନେରାଲ ଭାଲେରି ଗେରାସିମୋଭ୍‌ ଆହତ ହୋଇଛନ୍ତି। ଯୁଦ୍ଧରେ ବିଜୟ ଲାଭ ପାଇଁ ତାଙ୍କୁ ଖର୍କ୍ୱିଭରେ ନିୟୋଜିତ କରାଯାଇଥିଲା। ଏବେ ସୁଦ୍ଧା ୟୁକ୍ରେନ୍‌ର ପ୍ରତିଆକ୍ରମଣରେ ରୁଷିଆର ୨୪ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଥିବା କ୍ୱିଭ୍‌ ଦାବି କରିଛି। ଆସନ୍ତା ୯ ତାରିଖରେ ରୁଷିଆର ବିଜୟ ଦିବସ ଅବସରରେ ପୁଟିନ୍‌ ୟୁକ୍ରେନ୍‌ ଉପରେ ବିଜୟ ହାସଲ ପାଇଁ ‘ଅଲ୍‌-ଆଉଟ୍‌ ଓ୍ବାର’ ଘୋଷଣା କରିପାରନ୍ତି। ଏଥିପାଇଁ ରୁଷିଆ ୟୁକ୍ରେନ୍‌ ଉପରେ ବଡ଼ଧରଣର ଆକ୍ରମଣ ଯୋଜନା କରିଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri