କ୍ୱିଭ,୯ ।୯: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଗୁରୁବାର କହିଛନ୍ତି ଦେଶ ପାଇଁ ଦୁଇଟି ଭଲ ଖବର ରହିଛି । ଗୋଟିଏ ହେଉଛି ୟୁକ୍ରେନ୍ ସେନା ପୂର୍ବ ଭାଗରେ କିଛି ଅଞ୍ଚଳକୁ ରୁଷିଆ ସେନାଙ୍କ କବଳରୁ ମୁକ୍ତ କରିଛନ୍ତି ଅନ୍ୟଟି ହେଉଛି ଆମେରିକାର ବୈଦେଶିକ ମନ୍ତ୍ରୀ ବଡ ସେନା ପ୍ୟାକେଜ ଖବର ନେଇ କ୍ୱିଭ ପହଞ୍ଚିଛନ୍ତି । ଜେଲେନସ୍କି ଦାବି କହିଛନ୍ତି ସେ ୟୁକ୍ରେନ ସେନା ଖାରକିଭରେ ଅନେକ ବଡ ବଡ ଅଞ୍ଚଳ ଓ ସହରକୁ ପୁଣି ହାସଲ କରି ନେଇଛନ୍ତି । କେତେଜଣ ବିଶ୍ଳେଷକଙ୍କ ଅନୁଯାୟୀ, ୟୁକ୍ରେନ୍ ପ୍ରାୟ ୪୦୦ ବର୍ଗ କିଲୋମିଟିର ଅଞ୍ଚଳକୁ ରୁଷିଆ ସେନାଙ୍କଠାରୁ ଫେରାଇ ଆଣିଛି ।
କ୍ୱିଭ ପହଞ୍ଚିଥିବା ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟନି ବ୍ଲିଙ୍କନ କହିଛନ୍ତି ଆମେରିକା ରୁଷିଆ ଆକ୍ରମଣ ବିରୋଧରେ ୟୁକ୍ରେନ୍ ସମେତ ରୁଷିଆର ସମ୍ଭାବିତ ଶିକାର ୧୮ ଦେଶଙ୍କ ପାଇଁ ପ୍ରାୟ ୨ ଅରବ ଡଲାର ସେନା ସହାୟତା ଯୋଗାଇ ଦେବ । ସେଥିମଧ୍ୟରୁ ପାଖାପାଖି ଅଧା ସିଧା ସଳଖ ୟୁକ୍ରେନକୁ ମିଳିବ ।
ଇନଷ୍ଟିଚ୍ୟୁଟ ଫର ଦ ଷ୍ଟଡି ଅଫ ୱାର(ଆଇଏସଡବ୍ଲୁ) ଅନୁଯାୟୀ, ୟୁକ୍ରେନ ସେନା ଖାରକିଭରେ ରୁଷିଆ ସେନାଙ୍କୁ ପ୍ରାୟ ୨୦ କିଲୋମିଟର ପଛକୁ ପଠାଇ ଦେଇଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଲାକ୍ଲେଇୟାରେ ରୁଷିଆ ସେନା ବହୁତ କ୍ଷୟକ୍ଷତି କରିଛନ୍ତି ।