କୁନି ଝିଅ ପିଠିରେ ଘରର ଠିକଣା ଲେଖିଲେ ମା’

କ୍ୱିଭ୍‌,୫।୪: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୧ ଦିନରେ ପହଞ୍ଚିଛି। ରୁଷିଆ ୟୁକ୍ରେନର ଅନେକ ବଡ ସହରକୁ ଧ୍ୱଂସ କରିଦେଇଛି। ଲକ୍ଷ ଲକ୍ଷ ଲୋକ ଦେଶ ଛାଡିଛନ୍ତି। ଏହି ସମୟରେ, ୟୁକ୍ରେନରୁ ଅନେକ ହୃଦୟ ବିଦାରକ ଫଟୋ ଭାଇରାଲ ହେବାରେ ଲାଗିଛି। ନିକଟରେ ଏମିତି ଏକ ଫଟୋ ଭାଇରାଲ ହୋଇଥିଲା। ଭାଇରାଲ ଫଟୋରେ ଜଣେ କୁନି ଝିଅ ପିଠିରେ ତା’ଙ୍କ ମା’ ଘରର ଠିକଣା ଦେଖିଥିଲେ। ଯଦି ଝିଅଟି ସହ କିଛି ଘଟିବ, ତେବେ ସେ କେବେ ହଜିବ ନାହିଁ। ଏହି ହୃଦୟ ବିଦାରକ ପଟୋ ୟୁକ୍ରେନରେ ବର୍ତ୍ତମାନର ସ୍ଥିତିକୁ ବୟାନ କରେ।
ୟୁକ୍ରେନ ଅଭିଯୋଗ କରିଛି ଯେ, ଯୁଦ୍ଧ ସମୟରେ ରୁଷିଆ ସୈନିକମାନେ ୟୁକ୍ରେନର ବୁଚାଠାରେ ଲକ୍ଷ ଲକ୍ଷ ନିରୀହ ନାଗରିକଙ୍କୁ ଗୁଳି ଚଳାଇଥିଲେ। ତେବେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ରୁଷିଆ କୌଣସି ଦାବିକୁ ପ୍ରତ୍ୟାଖ୍ୟାନ କରିଛି।
ସୂଚନାଯୋଗ୍ୟ, ରୁଷିଆ ଆକ୍ରମଣରେ ବୁଚା ଏବଂ ମାରିଉପୋଲରେ ସର୍ବାଧିକ କ୍ଷତି ଘଟିଛି। ବୁଚା ସହର ରୁଷିଆ ସୈନ୍ୟଙ୍କ କବଜାରେ ଥିଲା। ଏବେ ୟୁକ୍ରେନ ଏହାକୁ ପୁଣି ନିଜ ଅକ୍ତିଆରକୁ ନେଇଛି। ରୁଷିଆ ସୈନ୍ୟ ଏଠାରୁ ଯିବା ପରେ ଶହଶହ ସାଧାରଣ ଲୋକଙ୍କ ମୃତଦେହ ମିଳିଥିବା ୟୁକ୍ରେନ ପ୍ରଶାସନ ଦାବି କରିଛି।

 

Share