Categories: ଖେଳ

ଦେଶ ପାଇଁ ପଦକ ନିଲାମ କରୁଛନ୍ତି ଏହି ଆଥଲେଟ୍‌

କିଭ୍‌,୧ା୧୨: ୟୁକ୍ରେନର ଜଣାଶୁଣା ଅଲିମ୍ପିଆନ୍‌ ୟୁରି ଚେବାନ ଦେଶ ପାଇଁ ପଦକ ନିଲାମ କରୁଛନ୍ତି। ସେ ତାଙ୍କ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକକୁ ନିଲାମ କରୁଥିବା ଜଣାପଡିଛି। ପଦକଗୁଡ଼ିକର ନିଲାମ କରୁଥିବା ସଂସ୍ଥା ଏସ୍‌ସିପି ସ୍ବର୍ଣ୍ଣ ପଦକ ୭୫,୦୦୦ ଡଲାରରେ ବିକ୍ରି ହେବ ବୋଲି ଆଶା ରଖିଛି।

ଅଲିମ୍ପିଆନ୍‌ ୟୁରି କହିଛନ୍ତି, ଯଦି ତାଙ୍କ ଦେଶର ସ୍ବାଧୀନତା ଚାଲିଯାଏ ତେବେ ପଦକଗୁଡ଼ିକର କିଛି ମାନ୍ୟତା ନାହିଁ। ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଇତିମଧ୍ୟରେ ୟୁକ୍ରେନ୍‌ର ବ୍ୟାପକ କ୍ଷତି ହୋଇସାରିଛି। ଏହି ପରିସ୍ଥିତିରେ ସେ ଦାନ କରିବାକୁ ଆଗେଇ ଆସିଛନ୍ତି। ୟୁକ୍ରେନର ଏହି ଆଥଲେଟ୍‌ ୨୦୧୨ ଓ ୨୦୧୬ରେ ୨୦୦ମିଟର ଦୌଡ଼ରେ ସ୍ବର୍ଣ୍ଣ ଜତିିିଥିଲେ। ୨୦୦୮ରେ ୫୦୦ମିଟରରେ ସେ ଏକ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Share